ସିବିଆଇକୁ କେଜ୍ରିୱାଲଙ୍କ ଘରୁ ୪ଟି ମଫଲର ମିଳିଥିଲା, ସେହିପରି ସିସୋଦିଆଙ୍କ ଘରୁ ଖାଲି ଖାତା, ପେନ୍‌ସିଲ୍‌ ମିଳିବ : ରାଘବ ଚଡ୍ଡା

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଶୁକ୍ରବାର ସିବିଆଇ ଚଢ଼ାଉ କରିଛି। ଏହା ପରେ ବିଜେପି-ଆପ ନେତାଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ଆମ ଆଦମୀ ପାର୍ଟି (ଆପ)ର ସାଂସଦ ରାଘବ ଚଡ୍ଡା ବିଜେପିକୁ ଟାର୍ଗେଟ କରିଛନ୍ତି। ଏହି ଘଟଣାରେ ଚଡ୍ଡା ପ୍ରତିକ୍ରିୟା ରଖି କହିଛନ୍ତି, ପୂର୍ବରୁ ସିବିଆଇ ଆପ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ସିବିଆଇ ମାତ୍ର ୪ଟି ମଫଲର ପାଇଥିଲା।ଠିକ୍‌ ସେହିପରି ସିସୋଦିଆଙ୍କ ଘରୁ ମଧ୍ୟ କେବଳ ଖାତା, ପେନ୍‌ସିଲ୍‌ ଓ ଜ୍ୟାମିତି ବାକ୍ସ ପାଇବ ବୋଲି ରାଘବ କହିଛନ୍ତି। ମନୀଷ ସିସୋଦିଆଙ୍କୁ ଗିରଫ କରି ବିଜେପି କେଜ୍‌ରିଓ୍ବାଲଙ୍କୁ ଶେଷ କରିବାକୁ ଚାହୁଁଛି ବୋଲି ଆପ ସାଂସଦ ଚଡ୍ଡା କହିଛନ୍ତି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିଲ୍ଲୀର ଅବକାରୀ ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଦୀର୍ଘ ୧୪ ଘଣ୍ଟା ଧରି ଚଢ଼ାଉ କରିଥିଲା। ତେବେ ଏହି ଚଢାଉ ପରେ ଆପ ଓ ବିଜେପି ମଧ୍ୟରେ ବୟାନ ବାଜି ଓ ଆରୋପ ପ୍ରତ୍ୟାରୋପ ଜାରି ରହିଛି।

Related Posts