ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ସିବିଆଇ ଅଧିକ ପଚରାଉଚରା ପାଇଁ ଚର୍ଚ୍ଚିତଙ୍କୁ ରିମାଣ୍ଡରେ ନେଇଥିବା ଜଣାଯାଇଛି। ରିମାଣ୍ଡ ଅବଧି ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଅଗଷ୍ଟ ୯ରେ ସରିବ ଏବଂ ଆସନ୍ତା ୧୦ ତାରିଖ ଦିନ ୨ଟାରେ ପୁନର୍ବାର ଚର୍ଚ୍ଚିତଙ୍କୁ କୋର୍ଟରେ ହାଜର କରାଯିବ।ଚର୍ଚ୍ଚିତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଔଷଧ ଦେବାକୁ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଚର୍ଚ୍ଚିତଙ୍କ ଓକିଲ ଜୟଦୀପ ପାଲ ଏନେଇ ସୂଚନା ଦେଇ କହିଛନ୍ତି, ସିବିଆଇ ପୂର୍ବରୁ ସରୋଜ ଦାସ, ସୂର୍ଯ୍ୟ ନାରାୟଣ ସାହୁ, ସୁମନ୍ତ ରାଉତଙ୍କୁ ରିମାଣ୍ଡରେ ନେଇଥିଲା। ଏବେ ଚର୍ଚ୍ଚିତ ମିଶ୍ର, ଶିଶିର କୁମାର ଦାସ, ଶଙ୍ଖଶୁଭ ମିତ୍ରଙ୍କୁ ୯ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ଆସନ୍ତା ୧୦ ତାରିଖରେ କୋର୍ଟରେ ପୁଣି ଥରେ ହାଜର ହେବେ ଚର୍ଚ୍ଚିତ ମିଶ୍ର, ଶିଶିର କୁମାର ଦାସ ଓ ଶଙ୍ଖଶୁଭ୍ର ମିତ୍ର। ଏହି ତିନି ଜଣଙ୍କର କୋର୍ଟରେ ଜାମିନ ଆବେଦନ କରାଯାଇଛି । କୋର୍ଟ ଆସନ୍ତା ୧୦ ତାରିଖରେ ଏହି ଆବେଦନର ଶୁଣାଣି କରିବେ।

Related Posts