ସଙ୍କଟରେ ବ୍ରାଣ୍ଡ ମୋଦି ! 2019 ପାଇଁ ଜନତାଙ୍କ ସ୍ପଷ୍ଟ ବାର୍ତ୍ତା

ଗୁଜୁରାଟରେ 25 ବର୍ଷର ଶାସନ ପରେ ବି ବିଜେପି ତ କୌଣସି ମତେ ବଞ୍ଚି ଯାଇଥିଲା, ଆଉ ପୁଣି ଥରେ ସରକାର ଗଠନ କରିବାରେ ସଫଳ ହେଲା, କିନ୍ତୁ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଏମିତି ହୋଇପାରିଲା ନାହିଁ । ଯେଉଁଠି 15-15 ବର୍ଷର ରାଜ୍‌କୁ ବଞ୍ଚାଇ ରଖିବା ଥିଲା ବଡ଼ ଚ୍ୟାଲେଞ୍ଜ । ଛତିଶଗଡ଼ରୁ ବିଜେପି ଏକପ୍ରକାର ମୂଳପୋଛ ହୋଇଗଲା, ମଧ୍ୟପ୍ରଦେଶରେ ଟକ୍କର ହେଲା ।

ରାଜସ୍ଥାନରେ ବି ବସୁନ୍ଧରା ରାଜେ 5 ବର୍ଷର ରାଜ୍‌ ବଞ୍ଚାଇ ପାରିଲେ ନାହିଁ । କିନ୍ତୁ କଥା ଏବେ ରମଣ ସିଂହ, ଶିବରାଜ ସିଂହ ବା ବସୁନ୍ଧରା ରାଜେଙ୍କର ନୁହେଁ, କଥା ନରେନ୍ଦ୍ର ମୋଦି ନାଁର, ଯାହା ସାହାରାରେ ବିଜେପି 2014 ଜିତିଥିଲା ଆଉ 2019 ବି ଜିତିବାର ପ୍ଲାନ୍‌ ଥିଲା । ଏହି ପରାଜୟ ପରେ ବ୍ରାଣ୍ଡ ମୋଦିକୁ ନିଶ୍ଚିତ ଭାବେ ରାଜନୈତିକ ଆଘାତ ଲାଗିଛି ।

ନରେନ୍ଦ୍ର ମୋଦିଙ୍କ ନାମ ଆଉ ତାଙ୍କ ଚେହେରା, ଇଏ ଭାରତର ନୂଆ ରାଜନୈତିକ ଯୁଗରେ ପ୍ରାୟତଃ ବିଜୟର ଗ୍ୟାରେଣ୍ଟି ବୋଲି ଧରାଯାଉଥିଲା । କିନ୍ତୁ ଏଥର ଏହି ନାଁ ବି ବିଜେପିର ନୌକା ପାର୍‌ କରିପାରିଲା ନାହିଁ । 5 ବର୍ଷରେ ଏମିତି ହୋଇଛି ଯେ ଏକା ସାଙ୍ଗରେ 3ଟି ରାଜ୍ୟରେ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ରାହୁଲ ଗାନ୍ଧି ଆଗକୁ ଚାଲିଗଲେ ।

ଏମିତି ତ ଶକ୍ତି ଲଗାଇବାରେ ପ୍ରଧାନମନ୍ତ୍ରୀ କୌଣସି ଅଭାବ ରଖି ନ ଥିଲେ । ତଥାପି ସେ ବିଜେପିକୁ ସେହି ପରାଜୟରୁ ରକ୍ଷା କରିପାରିଲେନି ଯାହା ଆଗରେ 2019ର ସବୁଠାରୁ ବଡ଼ ଟେଷ୍ଟ ବି ଅଛି, ଆଉ ଯାହାକୁ ଆଉ ମାତ୍ର 4 ମାସ ଅଛି । ଅର୍ଥାତ୍‌ ମୋଦିଙ୍କ ପାଇଁ 2019ର ଚ୍ୟାଲେଞ୍ଜ ବଢ଼ିଯାଇଛି । ବିରୋଧୀଙ୍କୁ ତାଙ୍କ ସହ ଲଢ଼ିବାକୁ ପାୱାରଡୋଜ୍‌ ମିଳିଯାଇଛି ।

ଟିମ୍‌ ମୋଦିକୁ 2019ର ଠିକ୍‌ ପୂର୍ବରୁ ଚିତ୍‌ କରିଦେବା, ଇଏ ରାହୁଲ ଗାନ୍ଧିଙ୍କ ଟିମ୍‌ର ଏ ଯାଏଁ ସବୁଠାରୁ ବଡ଼ ବିଜୟ । ଗୁଜୁରାଟରେ ଟକ୍କର ତ ଦେଇଥିଲେ, କିନ୍ତୁ ବିଜୟଠାରୁ ଦୂରରେ ରହିଗଲେ । କିନ୍ତୁ ଏଥର ନୈତିକ ବିଜୟ ନୁହେଁ ବରଂ ମିଳିଛି ସିଧା ବିଜୟ । ଆଉ ତାହା ପୁଣି 2019ର ଠିକ୍‌ ପୂର୍ବରୁ ବିଜେପିକୁ ତାରି ହିଁ ଗଡ଼ରେ ହରାଇବା ସାଧାରଣ କଥା ନୁହେଁ ।

ଏବେ ତ କଂଗ୍ରେସ ପାଇଁ ଏହା ହିଁ ସବୁଠାରୁ କଥା ଯେ ବିଜେପି ହାରିଗଲା । 2019ର କଣ ହେବ ତାହା ଆଗକୁ ଦେଖାଯିବ । କିନ୍ତୁ ବାର୍ତ୍ତା ତ ସ୍ପଷ୍ଟ ଯାଇଛି, ଯେ ନରେନ୍ଦ୍ର ମୋଦିଙ୍କ ପାଇଁ 2019 ଯେତେ ସହଜ ହେବ ବୋଲି କୁହାଯାଉଥିଲା, ସେତେ ସହଜ ହେବ ନାହିଁ, କମ୍‌ ସେ କମ୍‌ ବିଧାନସଭା ନିର୍ବାଚନର ଏମିତି ଫଳାଫଳ ପରେ ତ ନୁହେଁ ।

ଛତିଶଗଡ଼ରେ ପରାଜୟର ଦାୟିତ୍ବ ଯଦିଓ ରମଣ ସିଂହ ନିଅନ୍ତୁ, ଯଦିଓ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନ ଓ ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ନେତୃତ୍ବ କଥା କୁହାଯାଉ, କିନ୍ତୁ ପରାଜୟର ବାର୍ତ୍ତାଠାରୁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଚାହିଁ ବି ଅଣଦେଖା କରିପାରିବେ ନାହିଁ ।

କାରଣ ଏହି ନିର୍ବାଚନକୁ 2019ର ଟ୍ରେଲର ବି କୁହାଯାଉଥିଲା । ଶିବସେନା ଭଳି ସହଯୋଗୀ ଯିଏ ବିଜେପି ଉପରେ ଚିଡ଼ି ରହିଛି, 5 ରାଜ୍ୟରେ ନିର୍ବାଚନ ଫଳାଫଳ ତ ସେହି ଦଳ ପାଇଁ କଥା ଶୁଣାଇବାର ସୁଯୋଗ ଦେଇଛି । କିନ୍ତୁ ବିଜେପିର ଭିତର ଲୋକେ ଭାବୁଛନ୍ତି ଯେ ଦଳର ରଣନୀତିରେ ତ୍ରୁଟି ଅଛି ।

ଏବେ ଏହି ପରାଜୟ ପରେ ଟିମ୍‌ ମୋଦିକୁ 2019 ପାଇଁ ନୂଆ ଗେମ୍ ପ୍ଲାନ୍‌ କରିବାକୁ ହେବ । କାରଣ ଯେଉଁ ରଣନୀତିରେ ସେ ବିଧାନସଭା ନିର୍ବାଚନକୁ ଗଲେ ତାହା ତ ଟେଷ୍ଟରେ ଫେଲ୍‌ ହୋଇସାରିଛି । ବିଜେପି ପାଇଁ ଚିନ୍ତାର କାରଣ ହେବ ଯେ ପ୍ରଶ୍ନ ରାଜନୀତିର ବ୍ରାଣ୍ଡ ମୋଦି ଉପରେ ବି ହେବ । ଯାହା ସାହାରାରେ 2019 ଅତିକ୍ରମ କରିବାକୁ ଅଛି ।

Related Posts