ପୁଞ୍ଜିଲାଲ୍‌ ବିରୋଧରେ ୩୭୬ ପୃଷ୍ଠାର ଚାର୍ଜସିଟ୍‌

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଦାଖଲ ହୋଇଛି ଫାଇନାଲ ଚାର୍ଜସିଟ୍ । ପାଟଣାଗଡ଼ କୋର୍ଟରେ ମୋଟ ୩୭୬ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ ହୋଇଛି । ମାମଲାରେ ମୋଟ ୭୬ ଜଣ ସାକ୍ଷୀ ଅଛନ୍ତି । କୋର୍ଟରେ ଟିଆଇ ପରେଡ ବେଳେ ୨ କୋରିୟର କମ୍ପାନୀର ମାଲିକ ପୁଞ୍ଜିଲାଲକୁ ଚିହ୍ନିଥିବା ଚାର୍ଜସିଟରେ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ ।

ଏହି ଦୁଇ ଜଣଙ୍କ ସାକ୍ଷ୍ୟ ମାମଲାକୁ ଅଧିକ ମଜଭୂତ କରିବ ବୋଲି ଆଶା ରଖିଛି କ୍ରାଇମବ୍ରାଞ୍ଚ କହିଛି । ଏଥିସହ ୯ଟି ଲଫାଫା ଯାହା ସିରିଏଲ ନମ୍ବରରେ ରହିଛି ତାହା ଏକ ବଡ଼ ପ୍ରମାଣ ବୋଲି କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରିଛି । ସବୁଠାରୁ ବଡ଼ କଥା ହେଲା, ଦିଲ୍ଲୀର ଦୁଇ ଜଣ ସାଇକୋଲୋଜି ପ୍ରଫେସର ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟର ଜଣେ ସାଇକୋଲୋଜି ପ୍ରଫେସରଙ୍କ ମତ ନିଆଯାଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଫାଇନାଲ ଚାର୍ଜସିଟ୍ ଦାଖଲ ହେବା ପରେ ଅବସର ନେବେ ତଦନ୍ତକାରୀ ଅଫିସର ଅନୀଲ ଦାସ । ତେଣୁ ପରବର୍ତ୍ତି ସମୟରେ କାହାକୁ କରାଯିବ ତଦନ୍ତକାରୀ ଅଫିସର ଯିଏ ମାମଲା ଶୁଣାଣି ବେଳେ ନିଜ ମାମଲାକୁ ଭଲଭାବେ ଡିଲ୍ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Related Posts