ମାତ୍ର ୧୦ ଟଙ୍କାରେ ବିଦେଶ ଗସ୍ତ

ମାତ୍ର ୧୦ ଟଙ୍କାରେ ବିଦେଶ ଗସ୍ତ । ତାହା ପୁଣି ଘୋଡ଼ା ଗାଡ଼ିରେ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ହଁ ମାତ୍ର 10 ଟଙ୍କାରେ ଆପଣ ଭାରତରୁ ନେପାଳ ଯାଇପାରିବେ । ଏମିତି ଏକ ସ୍ଥାନ ହେଲା ବିହାର ସୀତାମଢ଼ି ଜିଲ୍ଲାର ବୈରଙ୍ଗନିଆ । ଏଠାରୁ ଆପଣ ମାତ୍ର ୧୦ ଟଙ୍କା ଦେଇ ନେପାଳ ଯାଇପାରିବେ ।

ନେପାଳରୁ ବୈରଙ୍ଗନିଆର ଦୂରତା ମାତ୍ର ଚାରି କିଲୋମିଟର । ପାଞ୍ଚ ଶହ ଜନସଂଖ୍ୟା ବିଶିଷ୍ଟ ଏହି ଗାଁର ଲୋକମାନେ ଦୈନିକ କାମ ପାଇଁ ନେପାଳ ଉପରେ ନିର୍ଭର କରିଥାନ୍ତି । ଆଉ ସେମାନେ ଘୋଡ଼ା ଗାଡ଼ି ନେଇ ନେପାଳ ଯାଇଥାନ୍ତି । ଏଠାରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ମାତ୍ର ୧୦ ଟଙ୍କା ଦେଇ ଘୋଡ଼ା ଗାଡ଼ିରେ ନେପାଳ ବୁଲିବାର ମଜା ଉଠାଇଥାନ୍ତି ।

Related Posts