ଛତିଶଗଡ ମୁଖ୍ୟମନ୍ତ୍ରୀ ଟିକା ସାର୍ଟିଫିକେଟ ଉପରୁ ମୋଦୀଙ୍କ ଫୋଟୋ ହଟେଇ ନିଜର ଫୋଟୋ ରଖିଲେ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେବା ବେଳେ ନିଜ ଫୋଟକୁ ଟୀକା ପ୍ରମାଣପତ୍ରରେ ରଖିବା ପାଇଁ ରାଜନୀତି ଆରମ୍ଭ ହୋଇଯାଇଛି । ତେବେ ଛତିଶଗଡ ଠାରେ ଟୀକା ପ୍ରମାଣପତ୍ରରେ ପିଏମ ମୋଦୀଙ୍କ ଫଟୋ ବଦଳରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଦିଆଯାଇଛି । ଯାହାକୁ ନେଇ ବର୍ତ୍ତମାନ ରାଜନୀତି ଆରମ୍ଭ ହେବାରେ ଲାଗିଛି । ଏନେଇ ରାଜ୍ୟ
ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂ ଦେଓ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ଯେତେବେଳେ ଭାରତ ସରକାର ଟଙ୍କା ଏବଂ ଟୀକା ଯୋଗାଉଥିଲେ ସେହି ସମୟରେ ସବୁ ଜିନିଷ ଗୁଡିକରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଥିଲା।

ଯଦି ଏପରି ସମ୍ଭବ ହୋଇ ପାରୁଛି ତାହାଲେ ଯଦି ରାଜ୍ୟ ସରକାର କିଛି କରୁଛନ୍ତି ତେବେ ଆମେ ସିଏମଙ୍କ ଫଟୋ ବ୍ୟବହାର କରିବୁ। ଏହା ସହ ବର୍ତ୍ତମାନ କେନ୍ଦ୍ରସରକାର ଟୀକା କିଣିବା ପାଇଁ ରାଜ୍ୟସରକାରଙ୍କ ଉପରେ ଛାଡି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ନିଜସ୍ୱ ଟୀକାକରଣ ୱେବସାଇଟ୍ CGTEEKA ଆରମ୍ଭ କରିଛନ୍ତି । ଏବଂ ମୁଖ୍ୟମନ୍ତ୍ରୀଙ୍କ ଫୋଟ ଥିବା ଟୀକା ପ୍ରମାଣ ପତ୍ର ପ୍ରଦାନ କରିଛି ।
କିନ୍ତୁ ଏ ଘଟଣାକୁ ସହଜରେ ହଜମ କରି ପାରୁନାହାନ୍ତି ବିରୋଧୀ ଦଳ । ତେବେ ବିରୋଧୀ ଦଳର ନେତା ଧରମଲାଲ କୌଶିକ ଏହାକୁ ବିରୋଧ କରିଛନ୍ତି । ଏହା ସହ ଛତିଶଗଡ ସରକାରଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକ ଉପରେ ଛତିଶଗଡ ସରକାର ଲାଭ ଉଠାଇବା ଘଟଣା କିଛି ନୂଆ ନୁହଁ । କାରଣ ଛତିଶଗଡ ସରକାରଙ୍କ ଏହା ହେଉଛି ସାଧାରଣ ଅଭ୍ୟାସ। ଯଦିଓ ରାଜ୍ୟମାନେ ଟିକା କ୍ରୟ କରିବାର କେନ୍ଦ୍ରର ନିଷ୍ପତ୍ତି ଥିଲା । କିନ୍ତୁ ରାଜ୍ୟସରକାରଙ୍କ ଏପରି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ଅନ୍ୟପଟେ ଏହାପୂର୍ବରୁ ମହାରାଷ୍ଟ୍ର ସରକାର ମଧ୍ୟ ଟୀକାକରଣ ପାଇଁ ନିଜସ୍ୱ ଆପ୍ ଏବଂ ପ୍ରମାଣପତ୍ର ଡିଜାଇନ୍ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ।

Related Posts