କୋଲକାତକୁ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଭୁବନେଶ୍ୱର, ପୁରୀ, କଟକରୁ ଗଡ଼ିବ ୫୦ ବସ୍

ଭୁବନେଶ୍ୱର,୪/୬(ସତ୍ୟପାଠ ବ୍ୟୁରୋ): କୋଲକାତକୁ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହି ବସ୍ ଗୁଡିକ ଭୁବନେଶ୍ୱର, ପୁରୀ, କଟକରୁ କୋଲକାତା ଅଭିମୁଖେ ଯାତ୍ରା କରିବ । ଯାତ୍ରୀମାନଙ୍କୁ ମାଗଣା ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହାର ସମସ୍ତ ଅର୍ଥ ଭରଣ କରାଯିବ।

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଛନ୍ତି । ଏପିରିକି ସେମାନଙ୍କ ସଂପର୍କୀୟମାନେ ମଧ୍ୟ ଓଡିଶାକୁ ଆସି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାସ୍ କରି ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବା ଲାଗି ନାନା ହନ୍ତସନ୍ତ ହେବାକୁ ପଡୁଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାଗଣା ବସ୍ ସେବା ଆରମ୍ଭ କରିଛନ୍ତି । ଓଡିଶାର ତିନୋଟି ସହରରୁ ପଶ୍ଚିମବଙ୍ଗ ଅଭିମୁଖେ ମାଗଣା ବେସ୍ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ଦିନ ଏହି ମାଗଣା ବସ୍ ସେବାରେ ୫୦ଟି ବସ୍ ନିୟୋଜିତ କରାଯାଇଛି । ଯାହା ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବ । କୋଲକାତାକୁ ରେଳ ଚଳାଚଳ ସ୍ୱାଭାବିକ ହେବା ଯାଏଁ ଏହି ସବୁ ବସ୍ ଗଡିବ।

Related Posts