ସୋନୁ ସୁଦ୍ ହେଲେ ଦିଲ୍ଲୀ ସରକାରର ବ୍ରାଣ୍ଡ୍ ଆମ୍ବାସଡ଼ର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବଲିଉଡ ଅଭିନେତା ସୋନୁ ସୁଦ ଦିଲ୍ଲୀ ସରକାରଙ୍କ “ଦେଶ କେ ମେଣ୍ଟର” କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡର । ଏ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି,  “ଦିଲ୍ଲୀ ସରକାର କିଛି ସମୟ ଧରି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମାନସିକତାକୁ ନେଇ ଏକ କାର୍ଯ୍ୟକ୍ରମ ଉପରେ କାମ କରିଆସୁଛନ୍ତି। ଏହି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏପରି ଅନେକ ପ୍ରତିଭାଶାଳୀ ଛାତ୍ର ଅଛନ୍ତି ଯେଉଁମାନେ ଗରିବ ପୃଷ୍ଠଭୂମିରୁ ଆସନ୍ତି, ତାଙ୍କ ପାଇଁ ମାର୍ଗଦର୍ଶନ ଆବଶ୍ୟକତା ଥାଏ।

କେହି ଜଣେ ଫ୍ୟାଶନ୍ ଡିଜାଇନର୍ ହେବାକୁ ଚାହୁଁଛନ୍ତି, ତ ଆଉ କିଏ ନୃତ୍ୟଶିଳ୍ପୀ କିମ୍ବା ଗାୟକ ହେବାକୁ ଚାହୁଁଛନ୍ତି;  ଯଦି ସେମାନେ ସାହାଯ୍ୟ ଆବଶ୍ୟକ କରନ୍ତି କିମ୍ବା ସେମାନଙ୍କର ନିରାଶାକୁ ପ୍ରକାଶ କରିବାକୁ ଚାହାଁନ୍ତି ତେବେ ସେମାନେ କୁଆଡେ ଯିବେ ?  ସେମାନଙ୍କ ସହ କଥାବାର୍ତ୍ତା କରିବାକୁ ଏବଂ ଫୋନରେ ସେମାନଙ୍କୁ ମାର୍ଗଦର୍ଶନ କରିବାକୁ ଦୟାକରି ଆଗକୁ ଆସିବାକୁ ସେ ଅନୁରୋଧ କରିଛନ୍ତି।  ତାଙ୍କୁ ଦେଶ ପାଇଁ ପ୍ରେରଣା ଉତ୍ସ ବୋଲି କେଜ୍ରିୱାଲ କହିଛନ୍ତି। ସରକାର ଯାହା କରିବାକୁ ଅସମର୍ଥ, ସୋନୁ ତାହା କରି ଦେଖାଇଛନ୍ତି ବୋଲି କେଜରିୱାଲ କହିଛନ୍ତି। 

ବଲିଉଡ ଅଭିନେତା ସୋନୁ ସୁଦ୍ ଦିଲ୍ଲୀ ସରକାରଙ୍କ ପ୍ରଶଂସା କରି ସେ କହିଛନ୍ତି  “ସାରା ଦେଶରେ ଦିଲ୍ଲୀ ପରି ଏକ ଶିକ୍ଷା ମଡେଲ ରହିବା ଉଚିତ।  ଆମେ ଏହି ସେକ୍ଟରରେ କାମ କରିବା ଆରମ୍ଭ କରିଥିଲୁ, ଲକଡାଉନ୍ ସମୟରେ ପିଲାମାନଙ୍କୁ ଶିକ୍ଷା ଦେଇଥିଲୁ ଏବଂ ବର୍ତ୍ତମାନ ହଜାର ହଜାର ପିଲାଙ୍କୁ ସାହାଯ୍ୟ କରୁଛୁ ବୋଲି ଶ୍ରୀ ସୁଦ କହିଛନ୍ତି।

ଅଭିନେତାଙ୍କୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଯେଉଁଠି ସମସ୍ୟା ଥାଏ ସେଇଠି ବିନା ଡକରାରେ ପହଞ୍ଚି ଯାଆନ୍ତି ସୋନୁ ସୁଦ୍ । ସେ ସମଗ୍ର ଦେଶ ପାଇଁ ଏକ ବଡ଼ ପ୍ରେରଣା ପାଲଟିଛନ୍ତି । ଆଜି ଏସମ୍ପର୍କରେ ଅନେକ ଆଲୋଚନା ହୋଇଛି । ଗରିବ ଓ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ସୋନୁ କିପରି ନେଟୱାର୍କ ସୃଷ୍ଟି କଲେ, ସେ ବିଷୟରେ ଅନେକ ଆଲୋଚନା ହୋଇଥିଲା । ଦିଲ୍ଲୀ ସରକାରଙ୍କ ବକାଶମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ସୋନୁ ସୁଦଙ୍କୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ମହାମାରୀର ମହାସଙ୍କଟ ସମୟରେ ସୋନୁ ସୁଦ ଗରିବ ଲୋକଙ୍କ ପାଇଁ ଦେବଦୂତ ହୋଇ ଛିଡ଼ା ହୋଇଥିଲେ । କେଉଁଠି ଫସିଥିବା ଲୋକଙ୍କୁ ନିଜ ଘରେ ପହଂଚାଇବାର ବ୍ୟବସ୍ଥା ତ ଆଉ କେଉଁଠି ଭୋକିଲାଙ୍କ ମୁହଁରେ ଯୋଗାଇଥିଲେ ଆହର । ପୁଣି କେଉଁଠି ପାଠ ପଢିପାରୁନଥିବା ପିଲାଙ୍କ ପାଖରେ ବହି ପହଂଚାଇ ତାଙ୍କ ସ୍ୱପ୍ନକୁ କରିଥିଲେ ସାକାର । କେବଳ ଏତିକି ନୁହେଁ ବରଂ ପ୍ରୱାସୀ ଶ୍ରମିକଙ୍କ ଲାଗି ପରିବହନ ବ୍ୟବସ୍ଥା ମଧ୍ୟ କରିଥିଲେ ।

Related Posts