ଅକ୍ଟୋବର ପହିଲାରୁ ପିଲାମାନଙ୍କୁ ମିଳିବ କରୋନା ଟିକା; ଏନେଇ ବିଶ୍ୱର ପ୍ରଥମ DNA ଟିକା Zycov Dକୁ ମିଳିଲା ଅନୁମୋଦନ

corona

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଭାରତରେ ବିଶ୍ୱର ପ୍ରଥମ ଡିଏନଏ ଟିକା ଜାଇକୋଭ-ଡିକୁ ଅନୁମୋଦନ କରାଯାଇଛି । ଯାହାଫଳରେ ଅକ୍ଟୋବର ପହିଲାରୁ ପିଲାମାନଙ୍କୁ ଟୀକାକରଣ କରାଯିବ ବୋଲି ଏନଟିଏଜିଆଇ ମୁଖ୍ୟ ଏନ.କେ ଆରୋରା ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ ବରଂ ଏଥିରେ ଗୁରୁତର ରୋଗରେ ପୀଡିତ ପିଲାମାନଙ୍କର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯିବ । ଏବଂ ସର୍ବପ୍ରଥମେ ଏହି ପିଲାମାନେ ଟିକା ପାଇବେ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ବୈଦ୍ଧିକ ବିକାଶ ପାଇଁ ପ୍ରାଥମିକ ବିଦ୍ୟାଳୟଗୁଡିକ ଶୀଘ୍ର ଖୋଲିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଅପରିପକ୍ଷେ ଆସନ୍ତା ମାସ ୧୨ ରୁ ୧୭ ତାରିଖ ମଧ୍ୟରେ ଗୁରୁତର ରୋଗରେ ପୀଡିତ ପିଲାମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବ । ଏହା ସହ Zycov D ଟିକା ବାହାରିବା ପୂର୍ବରୁ ଏହି ତାଲିକାଗୁଡ଼ିକ ସାର୍ବଜନୀନ କରାଯିବ ।

ଏହି ତାଲିକାକୁ ଆଧାର କରି ଅକ୍ଟୋବର ୧୨ ରୁ ୧୭ ପର୍ଯ୍ୟନ୍ତ ଗୁରୁତର ରୋଗରେ ପୀଡିତ ପିଲାମାନଙ୍କୁ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯିବାର ସୂଚନା ମିଳିଛି । ଅନ୍ୟପଟେ ଦେଶରେ ୧୨ ବର୍ଷରୁ ୧୭ ବର୍ଷ ବୟସ ବର୍ଗର ପାଖାପାଖି ୧୨ କୋଟି ପିଲା ଅଛନ୍ତି । ଏହା ସହ ସୁସ୍ଥ ପିଲାମାନଙ୍କ ଠାରେ ଗୁରୁତର ଅସୁସ୍ଥତା କିମ୍ବା ମୃତ୍ୟୁ ହେବାର ସମ୍ଭାବନା କମ ରହିଥାଏ । ସେହିପରି ୧୮ରୁ ୪୫ ବର୍ଷ ବୟସର ଲୋକଙ୍କ ଠାରେ ଗୁରୁତର ରୋଗ ହେବାର ସମ୍ଭାବନା ୧୦ରୁ ୧୫ ଗୁଣ ଅଧିକ ରହିଥାଏ । ତେଣୁ ପିଲାମାନଙ୍କ ଠାରେ ସଂକ୍ରମଣ ହୁଏ କିନ୍ତୁ ଗୁରୁତର ରୋଗ କିମ୍ବା ମୃତ୍ୟୁ ହେବାର ସମ୍ଭାବନା କମ ରହିଥାଏ । ହେଲେ ସଂକ୍ରମଣ ବିସ୍ତାରରେ ପିଲାମାନଙ୍କର ଭୂମିକା ରହିଛି । କିନ୍ତୁ ଏହି ରୋଗ ବିଶେଷ କରି ପିଲାମାନଙ୍କ ପାଖରେ ଅଧିକ ପ୍ରଭାବ ପାକାଇନଥାଏ । ଏହି ଟିକା ଅନୁମୋଦନ ପାଇବା ପରେ ବର୍ତ୍ତମାନ ଦେଶର ଲୋକଙ୍କୁ କରୋନା ବିରୋଧରେ ୬ ଟି ଟିକା ଦ୍ୱାରା ସୁରକ୍ଷିତ କରାଯାଇପାରିବ ।

ଅପରିପକ୍ଷେ କମ୍ପାନୀ Zycov Dର ବାର୍ଷିକ ୧୦୦ ନିୟୁତରୁ ୧୨୦ ନିୟୁତ ଡୋଜ ଉତ୍ପାଦନ କରିବାକୁ ଯୋଜନା କରୁଥିବାର ସୂଚନା ମିଳିଛି । କ୍ୟାଡିଲା ହେଲଥ କେୟାର ଲିମିଟେଡ୍ ଭାବରେ ତାଲିକାଭୁକ୍ତ ଜେନେରିକ୍ ଔଷଧ ନିର୍ମାତା ଜୁଲାଇ ୧ରେ Zycov Dର ଅନୁମତି ପାଇଁ ଆବେଦନ କରିଥିଲେ । ତେବେ ୨୮,୦୦୦ ରୁ ଅଧିକ ସ୍ବେଚ୍ଛାସେବୀଙ୍କ ଉପରେ ଏହି ଟିକା ପରୀକ୍ଷା କରାଯାଇଛି। ଏହାର ଫଳପ୍ରଦତା ପରୀକ୍ଷଣରେ ୬୬.୬ ପ୍ରତିଶତ ବୋଲି ଜଣାପଡିଛି। ଅନ୍ୟପଟେ Zycov D ହେଉଛି କରୋନାଭାଇରସ୍ ବିରୁଦ୍ଧରେ ବିଶ୍ୱର ପ୍ରଥମ ପ୍ଲାସିମ୍ DNA ଟିକା ।

Related Posts