ରାକ୍ଷୀ ବାନ୍ଧି ଫେରିବା ବାଟରେ ଗଛରେ ପିଟି ହେଲା କାର୍‌, ଗୋଟିଏ ପରିବାରର ୪ ମୃତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଭଉଣୀ ହାତରୁ ରାକ୍ଷୀ ବାନ୍ଧି ପରିବାର ଲୋକଙ୍କ ସହ ଘରକୁ ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଗୋଟିଏ ପରିବାରର ୪ ଜୀବନ। ମୃତକଙ୍କ ମଧ୍ୟରେ ଅଛନ୍ତି ୨ଜଣ ଶିଶୁ ଏବଂ ସେମାନଙ୍କ ବାପାମା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାଡଖଣ୍ଡର ଖୁଣ୍ଟି ଥାନା ତୋର୍ପା ନିକଟରେ । ଇନୋଭା କାର୍ ନିୟନ୍ତ୍ରଣ ହରାଇ ଗଛରେ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାପା-ମାଆ ଓ ଦୁଇ ପୁଅ-ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ରାଞ୍ଚି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଏହି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନେ ହେଲେ ; ରାଉରକେଲା ସିଭିଲଟାଉନସିପ୍ର ବ୍ୟବସାୟୀ କହ୍ନେୟା ଜୈନ , ପତ୍ନୀ ରମା ଜୈନ ଏବଂ ୭ ବର୍ଷର ପୁଅ ଋଷବ ଜୈନ , ତିନି ବର୍ଷର ଝିଅ ତନିଶା ଜୈନ । ପୁତୁରା ବଶିଷ୍ଠ ଜୈନ , ଝିଆରି ବଂଶିକା ଗୁରୁତର ଆହତ ହୋଇଛନ୍ତି ଦୁହିଁଙ୍କୁ ପ୍ରଥମେ ରାଞ୍ଚିସ୍ଥିତ ରିସ ହସ୍ପିଟାଲ ଭତ୍ତା କରାଯାଇଥିଲା । ରାଉରକେଲା ସିଭିଲ ଟାଉନସିପ୍‌ର ଯୁବ ବ୍ୟବସାୟୀ କହ୍ନେୟା ଜେନ୍‌ ନିଜ କାର୍‌ରେ ପଶ୍ଚିବମଙ୍ଗ ରାଣୀଗଞ୍ଜକୁ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ବାଟରେ ଏଭଳି ଅଘଟଣ ଘଟିଛି।  ସୂଚନା ମୁତାବକ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । 

ମନୋଜ ଜୈନ ହେଉଛନ୍ତି ଜଣେ କୋଇଲା ବ୍ୟବସାୟ । ସେ ତାଙ୍କ ଭାଇ କହ୍ନେୟା ଓ ପରିବାର ସହ ତାଙ୍କ ପରିବାର ଏକାଠି ରହନ୍ତି ତାଙ୍କର ଭଉଣୀ କଲିକତାର ରାଣୀଗଞ୍ଜରେ ବିବାହ କରିଛନ୍ତି । ଭଉଣୀ ହାତରୁ ରାକ୍ଷୀ ବାନ୍ଧିବାକୁ କହ୍ନେୟା ରାକ୍ଷୀ ପୂର୍ଣ୍ଣିମାର ଗୋଟିଏ ଦିନ ପୂର୍ବରୁ ଇନୋଭା କାର୍ ( ଓଡ଼ି ୧୪ଆର୍ – ୪୯୫୯ ) ରେ ରାଣୀଗଞ୍ଜ ଯାଇଥିଲେ । ତାଙ୍କ ସହିତ ପତ୍ନୀ ରମା , ୭ ବର୍ଷର ପୁଅ ଋଷଭ , ୩ ବର୍ଷର ଝିଅ ତନିଶା , ୭ ପୁତୁରା ବଶିଷ୍ଠ ଓ ଝିଆରି ବଂଶିକା ଥିଲେ। ସେହିଦିନ ରାତିରେ ରାଣୀଗଞ୍ଜରେ ଭଉଣୀଙ୍କ ଘରେ ପହଞ୍ଚିଥିଲେ । 

ଭଉଣୀଙ୍କ ହାତରୁ ରାକ୍ଷୀ ବାନ୍ଧିବା ପରେ ପରଦିନ ସକାଳୁ ପରିବାର ସହ ରାଉରକେଲା ଫେରୁଥିଲେ । ରାଞ୍ଚି ଅତିକ୍ରମ କରି ଖୁଣ୍ଟି ନିକଟ ତୋରପରେ ପହଞ୍ଚିଥିଲେ । ତେବେ , ତୋରପା ଚୁଡଗି ନଦୀ ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ପିଟି ହୋଇ ଏକ ଗାତରେ ପଡ଼ିଯାଇଥିଲା ଦୁର୍ଘଟଣା ପରେ ଡୋର୍ ଲକ୍ ହୋଇଯିବାରୁ କାର ଭିତରେ ସମସ୍ତେ ଫସି ଯାଇଥିଲେ । ସ୍ଥାନୀୟ ଲୋକ କାର ଭିତରକୁ ୪ ମୃତକଙ୍କ ଶବ ସମେତ ପୁତୁରା ଝିଆରିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଞ୍ଚି ହସ୍ପିଟାଲକୁ ପଠାଇଥିଲେ ।

Related Posts