
2011 ଜନଗଣନା ଅନୁସାରେ ସେଣ୍ଟନଲିଜ୍ ଆଦିବାସୀଙ୍କ ସଂଖ୍ୟା ମାତ୍ର 400 । ଏମାନେ ବାହାର ଦୁନିଆ ସହ କୌଣସି ପ୍ରକାରର ସମ୍ପର୍କ ରଖନ୍ତି ନାହିଁ । ଯଦି କେହି ବାହାର ଲୋକ ସେମାନଙ୍କ ଅଞ୍ଚଳକୁ ପ୍ରବେଶ କରେ, ତେବେ ଆଦିବାସୀମାନେ ସେମାନଙ୍କ ଉପରେ ଆକ୍ରମଣ କରନ୍ତି । ଅଧିକାଂଶ ସମୟରେ ଲୋକେ ସ୍ଥାନୀୟ ଲୋକଙ୍କୁ ଲାଞ୍ଚ ଦେଇ ଏମାନଙ୍କ ଯାଏଁ ଯିବାକୁ ଚେଷ୍ଟା କରନ୍ତି ।
ଜଣେ ଧୀବର ପୋଲିସ୍କୁ ଦେଇଥିବା ସୂଚନା ଅନୁସାରେ, ନଭେମ୍ବର 16 ତାରିଖରେ ଯେତେବେଳେ ଆମେରିକୀୟ ନାଗରିକ ଦ୍ବୀପରେ ପହଞ୍ଚିଲେ, ତାଙ୍କ ଉପରେ ତୀର ବର୍ଷିବାକୁ ଲାଗିଲା । ତା ପରେ ଆଦିବାସୀମାନେ ଆମେରିକୀୟ ନାଗରିକଙ୍କୁ ଘୋଷାରି ଘୋଷାରି ସମୁଦ୍ର କୂଳକୁ ନେଇଗଲେ । ପରଦିନ ସକାଳେ ଚାଉଙ୍କ ଶରୀର ବାଲିରେ ଅଧା ପୋତା ହୋଇଥିବା ଦେଖାଗଲା ।
ମିଳିଥିବା ଖବର ଅନୁସାରେ ଆମେରିକୀୟ ନାଗରିକ ଚାଉ ନଭେମ୍ବର 14ରେ ବି ସେଣ୍ଟିନେଲ୍ ଦ୍ବୀପକୁ ଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେଥିରେ ସଫଳ ହୋଇନଥିଲେ । ଦୁଇ ଦିନ ପରେ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ସେଠାକୁ ଯାଇଥିଲେ । ତୀର ଆକ୍ରମଣ ପରେ ବି ସେ ଅଟକିଲେ ନାହିଁ ।
ଧୀବରମାନେ ଦେଖିଲେ ଯେ ଆଦିବାସୀମାନେ ତାଙ୍କ ବେକରେ ଗୋଟିଏ ରଶି ବାନ୍ଧି ଘୋଷାରି ଘୋଷାରି ନେଇ ଯାଉଥିଲେ । ଧୀବରମାନେ ଡରିଯାଇଥିଲେ । ସେମାନେ ସେହି ସମୟରେ ସେଠାରୁ ପଳାଇ ଆସିଥିଲେ, କିନ୍ତୁ ପରଦିନ ସକାଳେ ତାଙ୍କୁ ଖୋଜି ଖୋଜି ସମୁଦ୍ର କୂଳକୁ ଯାଇଥିଲେ ।
କୁହାଯାଉଛି ଯେ ଚାଉ ସେଣ୍ଟେନେଲିଜ୍ ଆଦିବାସୀଙ୍କ ସହ ବନ୍ଧୁତା କରିବାକୁ ଉଦ୍ୟମ କରିଥିଲେ ଏବଂ ସେ ସେମାନଙ୍କୁ ଫୁଟବଲ୍, ମାଛଧରା ଏବଂ ମେଡିକାଲ୍ କିଟ୍ ଭଳି ଉପହାର ଦେଇଥିଲେ ।