
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଝାରପଡା ଜେଲରେ ଚିଟଫଣ୍ଡ ମୁଖ୍ୟଙ୍କ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ୭ରୁ ଅଧିକ ମାମଲାରେ ବିଚାରାଧୀନ ଥିଲେ । ରାଜ୍ୟରୁ ୫୦୦ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ । ଅନ୍ୟପଟେ ସହିରୁଦ୍ଦିନ୍ ଝାରପଡ଼ା ଜେଲର ୧୦ ନମ୍ବର ୱାର୍ଡରେ ରହୁଥିଲେ । ରହସ୍ୟ ବଢାଉଛି ମୀର ସହିରୁଦ୍ଦିନଙ୍କ ଜେଲ ଭିତରେ ମୃତ୍ୟୁ ।
ଗତକାଲି ଭୋରରୁ ଗାଧୁଆ ଘରକୁ ଯାଉଥିବା ବେଳେ ଗୋଡ ଖସି ଯାଇଥିଲା । ହସ୍ପିଟାଲ ନେବା ପରେ ତାଙ୍କୁ ଡାକ୍ତର ରିସଭ୍ ଡେଡ୍ ଘୋଷଣା କରିଥିଲେ । ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ହେବ ସହିରୁଦ୍ଦିନଙ୍କ ମୃତ୍ୟୁର ତଦନ୍ତ । ଏଥିପାଇଁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶାବଳୀ ରହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।