ମାଲକାନଗିରିରେ ଦୁଇ ଦିନ ପାଇଁ ସମସ୍ତ ସ୍କୁଲ ଛୁଟି

ସତ୍ୟପାଠ ବ୍ୟୁରୋ : ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି । ସାରା ଜିଲ୍ଲାରେ ସ୍ଥିତି ଭୟଙ୍କର ହୋଇଛି । ପରିସ୍ଥିତିକୁ ନଜରରେ ରଖି ଜିଲ୍ଲାର ସମସ୍ତ ସ୍କୁଲକୁ ଦୁଇଦିନିଆ ଛୁଟି ଘୋଷଣା କରିଛି ପ୍ରଶାସନ ।

ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ପୋଟେରୁ, କାଙ୍କେରକୋଣ୍ଡା, କୋରକୋଣ୍ଡା ଓ ଏମଭି-୩୬ ଠାରେ ପୋଲ ଉପରେ ୫ଫୁଟର ପାଣି ଚାଲୁଥିବା ଜଣାପଡିଛି । ଫଳରେ ମାଲକାନଗିରି-ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ ହୋଇଛି । ଉଭୟ ପଟେ ଶହ ଶହ ଗାଡି ଅଟକି ରହିଥିବା ସୂଚନା ମିଳିଛି ।

Related Posts