ରାଜ୍ୟସଭାରେ ଆତଙ୍କବାଦ ନିରୋଧୀ ସଂଶୋଧନ ବିଲ ପାସ୍

ସତ୍ୟପାଠ ବ୍ୟୁରୋ : ରାଜ୍ୟସଭାରେ ପାସ୍ ହୋଇଛି ଆତଙ୍କବାଦ ନିରୋଧୀ ସଂଶୋଧନ ବିଲ ୨୦୧୯ । ବିରୋଧୀ ଦଳର ପ୍ରବଳ ବିରୋଧ ସତ୍ୱେ ଏହି ବିଲ ପାସ ହୋଇଛି । ଏହି ବିଲ ସପକ୍ଷରେ ୧୪୭ ଭୋଟ ପଡିଥିବା ବେଳେ ବିରୋଧରେ ୪୭ଜଣ ଭୋଟ ଦେଇଥିଲେ ।

କଂଗ୍ରେସ ପକ୍ଷରୁ ଏହି ବିଲକୁ ତିବ୍ର ବିରୋଧ କରାଯାଇଛି । ସାଂସଦ ପି ଚିଦାମ୍ବରମ୍ ଓ ଦିଗବିଜୟ ସିଂ ପ୍ରମୁଖ ସରକାରକୁ ଘେରିବାକୁ ଚେଷ୍ଟା କରିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ କଡା ଜବାବ ରଖିଥିଲେ । ଶାହା କହିଥିଲେ, ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଆମେ ବିପକ୍ଷରେ ଥାଇ ବି ୟୁପିଏକୁ ସମର୍ଥନ କରିଥିଲୁ । ତେଣୁ ଆତଙ୍କବାଦ ବିରୋଧରେ ସମସ୍ତେ ଏକଜୁଟ ହେବା ଦରକାର ।

ଏହି ବିଲ ସମ୍ପର୍କରେ ଶାହା କହିଛନ୍ତି କି, ଆମେ ଯେଉଁ ସମୟରେ କୌଣସୀ ଆତଙ୍କୀ ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଉ ସେହି ସମୟରେ ସେହି ସଙ୍ଗଠନ ସହ ଯୋଡି ହୋଇଥିବା ଲୋକମାନେ ଅଉ ଏକ ନୂଆ ଦଳ ଗଠନ କରିଥାନ୍ତି ଏବଂ ନିଜର ବିଚାରଧାରାକୁ ଅନ୍ୟମାନଙ୍କ ନିକଟରେ ପହଁଚାଇ ଥାନ୍ତି । ଯେପର‌୍ୟ୍ୟନ୍ତ ଏଭଳି ଲୋକଙ୍କୁ ଆତଙ୍କବାଦୀ ଘୋଷଣା ନକରାଯାଇଛି ସେପର‌୍ୟ୍ୟନ୍ତ ସେମାନଙ୍କ କାମ ଉପରେ କୌଣସୀ ପ୍ରତିବନ୍ଧକ ଲଗାଯାଇ ପାରିବ ନାହିଁ । ଆତଙ୍କବାଦ ବିରୋଧରେ ଏନଆଇଏ ଯେଉଁ ମାମଲା ରୁଜୁ କରେ ତାହା ଜଟିଳ ଥାଏ । ଏଥିରେ ସାକ୍ଷ୍ୟ ମିଳିବା ସମ୍ଭାବନା ଖୁବ୍ କମ୍ ଥାଏ । ଏହା ଆନ୍ତରାଜ୍ୟ କିମ୍ବା ଆନ୍ତରାଷ୍ଟ୍ରୀୟ ମାମଲା ହୋଇଥାଏ । ତେବେ ଏହି ବିଲକୁ ନେଇ ବିପକ୍ଷ ଏତେ ଭୟଭୀତ କଣ ପାଇଁ କହି ଶାହା କଂଗ୍ରେସକୁ ଆକ୍ରମଣ କରିଛନ୍ତି ।

Related Posts