ପ୍ରକାଶ ପାଇଲା ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ +୨ ଉପଶାସ୍ତ୍ରୀ ପରୀକ୍ଷା ଫଳ, ପାସ ହାର ୮୯.୬୧ %

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଉପଶାସ୍ତ୍ରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି।ବିଶ୍ୱବିଦ୍ୟାଳୟ ଅଡିଟୋରିଅମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା ପରୀକ୍ଷା ଫଳ ଉନ୍ମୋଚନ କରିଛନ୍ତି। ଏହି ପରୀକ୍ଷାରେ ୮ ହଜାର ୩୨୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭ ହଜାର ୬୪୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ ହାର ୮୯.୬୧ ପ୍ରତିଶତ ରହିଛି। ପରୀକ୍ଷା ଫଳ ଆଜି ଅପରାହ୍ନ ୩ଟା ପରଠାରୁ orissaresults.nic.in ୱେବସାଇଟରେ ଉପଲବ୍ଧ ହେବ।

ମୋଟ ୧୨୮ଟି ପରୀକ୍ଷା କେନ୍ଦ୍ରରେ ୧୬୭ଟି ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ ହଜାର ୨୭୧ ଜଣ ପ୍ରଥମ ଶ୍ରେଣୀରେ, ୪ ହଜାର ୮୯୪ ଜଣ ଦ୍ଵିତୀୟ ଶ୍ରେଣୀରେ, ୮୪୬ ଜଣ ତୃତୀୟ ଶ୍ରେଣୀରେ ଓ ୨ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଥିବା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଧରଣୀଧର ରଣା ଜଣାଇଛନ୍ତି। ଏହି ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିଥିବା ୧୮ ଜଣଙ୍କ ପରୀକ୍ଷା ଫଳକୁ ବାତିଲ କରାଯାଇଛି ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related Posts