ଭାରତ ସହ ଯୁଦ୍ଧ ଚାହେଁନି କିନ୍ତୁ ଯୁଦ୍ଧ ହେଲେ ଜବାବ ଦେବୁ : ଇମରାନ

ମେଟ୍ରୋ ବ୍ୟୁରୋ : ଜାମ୍ମୁ-କାଶ୍ମୀରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ଏକଦମ ବିଚଳିତ ହୋଇପଡିଛି । ପ୍ରତିଦିନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନୂଆ ନୂଆ କଥା କହିବା ସହ ନୂଆ ନୂଆ ନିଷ୍ପତି ନେଉଛନ୍ତି । ଇତିମଧ୍ୟରେ ଭାରତ ସହ ସମସ୍ତ ସମ୍ପର୍କ ଛିନ୍ନ କରିଥିବା ବେଳେ ପରୋକ୍ଷରେ ଭାରତକୁ ଯୁଦ୍ଧ ଧମକ ଦେଇଛି ପାକିସ୍ତାନ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାକିସ୍ତାନ କହିଛି ଭାରତ ସହ ଯୁଦ୍ଧ କରିବାକୁ ଚାହେଁନାହିଁ କିନ୍ତୁ ଭାରତ ସହ ଯଦି ଯୁଦ୍ଧ ହେଲା ତେବେ ଦେଶ ଏହାର ଜବାବ ଦେବ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ପୂର୍ବରୁ ଇମରାନ ସରକାରର ମନ୍ତ୍ରୀ ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଥିଲେ । ଭାରତ ନିଷ୍ପତି ନେବାଦିନ ହିଁ ଇମରାନ କହିଥିଲେ ଏପରି ହେଲେ ପୁଲୱାମା ଭଳି ଅନେକ ଘଟଣା ଘଟିବ ।

ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଜାମ୍ମୁ-କାଶ୍ମୀର ଓ ଲଦାଖ ଉପରେ ନିଷ୍ପତି ନେବାର ଅଧିକାର ଭାରତର ଅଛି ବୋଲି ଅନ୍ତରାଷ୍ଟ୍ରୀୟ ରାଷ୍ଟ୍ର ସମୁହ କହି ସାରିଛନ୍ତି । ଏହାପରେ ବି ବିଚଳିତ ହେଉଛି ପାକିସ୍ତାନ । ଭାରତ ସହ ବାଣିଜ୍ୟକ ଓ ବୈଦେଶିକ ସମ୍ପର୍କ ଛିନ୍ନ କରିବା ପରେ ପାକିସ୍ତାନର ଏ ଯୁଦ୍ଧ ଧମକ କେବଳ ଫାଙ୍କା ଆୱାଜ ବୋଲି ସୋସିଆଲ ମିଡିଆରେ କଟାକ୍ଷ କରାଯାଉଛି ।

Related Posts