ବିଏମସି ବୈଠକରେ ହଟ୍ଟଗୋଳ; ମେୟର ଓ କମିଶନର ସହଯୋଗ କରୁନଥିବା ଅଭିଯୋଗ ଆଣି ଧାରଣାରେ ବସିଲେ ବିଜେପି କର୍ପୋରେଟର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଅନୁଷ୍ଠିତ ହୋଇଥିବା ବିଏମସି ବୈଠକରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ମେୟର, କମିଶନର, ବିଧାୟକ ଓ ଅଫିସର ମାନେ ସହଯୋଗ କରୁନଥିବା ଅଭିଯୋଗ ଆଣିଛନ୍ତି ବିଜେପି କର୍ପୋରେଟର । ଏହାର ପ୍ରତିବାଦ କରି ବୈଠକ ସ୍ଥଳୀରୁ ବାହାରି ଆସି ବିଏମସି ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ସମସ୍ତ ବିଜେପି କର୍ପୋରେଟର। ସେମାନଙ୍କୁ ବହୁ ବରିଷ୍ଠ କର୍ପୋରେଟର ଆସି ମନାଇବାକୁ ଚେଷ୍ଟା କରିଛନ୍ତି।

ଖବର ଅନୁଯାୟୀ, ଆଜିର ବୈଠକରେ ୱାର୍ଡରେ ହେଉଥିବା କୌଣସି କାର୍ଯ୍ୟରେ ମେୟର, କମିଶନର ସହଯୋଗ କରୁ ନଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି ବିଜେପି କର୍ପୋରେଟର। ୨୯ ନମ୍ବର ୱାର୍ଡର କର୍ପୋରେଟର ଜୀବନ ରାଉତ ବୈଠକରେ ଏ ସଂକ୍ରାନ୍ତରେ ପ୍ରଶ୍ନ ଉଠାଇବାରୁ ତାଙ୍କୁ କହିବାକୁ ଦିଆଯାଇନଥିବାର ଅଭିଯୋଗ କରିଥିଲେ। ପ୍ରୋଗ୍ରାମର ସିଡ୍ୟୁଲ କରି ରାତି ଅଧିଆ ଏହାକୁ କ୍ୟାନସଲ କରି ୱାର୍ଡବାସୀଙ୍କ ସମ୍ମୁଖରେ ସେମାନଙ୍କୁ ଲଜ୍ଜିତ କରାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି କର୍ପୋରେଟର୍। ଏହାର ପ୍ରତିବାଦରେ ବିଜେପି କର୍ପୋରେଟର୍ ମାନେ ବିଏମସି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ

Related Posts