ଇଡି ଜେରା ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ବିଜେପି ମୁହାଁ ମୁହିଁ, ଗୃହ ଅପରାହ୍ନ ୪ଟା ଯାଏ ମୁଲତବି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଧାନସଭାରେ ଆଜି ଶୂନକାଳରେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଇଡି ଚଢଉ ପ୍ରସଙ୍ଗ ଉଠାଇଥିଲେ।ସେ କହିଥିଲେ ଦୁଇଦିନ ତଳେ କିଛି ସଦସ୍ୟ ଏଠାରେ କାହିଁକି ସୋନିଆ ଓ ରାହୁଳ ଗାନ୍ଧୀଙ୍କୁ ଇଡି ଡାକୁଛି ବୋଲି କହିବା ସହିତ ଗୃହରେ ହଟଗୋଳ କରୁଥିଲେ। ହେଲେ ଇଡି ଗତକାଲି ପଶ୍ଚିମବଙ୍ଗର କିଛି ମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ଘରେ ରେଡ୍‍ କରି ନଗଦ ୨୦କୋଟି ଟଙ୍କା ଜବତ କରିଛି । ଯାହା ସୂଚନା ମିଳୁଛି ଏଥିରେ ଜଣେ ମନ୍ତ୍ରୀ ଗିରଫ ହେଲେଣି ।

ଏହାକୁ ବିରୋଧ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି କହିଥିଲେ ଯେ ବିଜେପି ସଦସ୍ୟ କହୁଥିଲେ ଯିଏ ଗୃହରେ ନାହାନ୍ତି ତାଙ୍କ କଥା ଆଲୋଚନା ହୋଇପାରିବ ନାହିଁ। ହେଲେ ଆଜି ପୁଣିଥରେ ବିଭିନ୍ନ ନେତାଙ୍କ ନାଁ ନେଇଛନ୍ତି ଯେଉଁମାନେ ଗୃହରେ ନାହାନ୍ତି। ଶ୍ରୀ ବାହିନିପତି କହିଥିଲେ ଯେ ଯଦି ଇଡି ଏତେ ସମ୍ପତ୍ତି ଜବତ କରୁଛି ତେବେ ଦେଶରେ ବଛା ବଛା ଶିଳ୍ପପତି ଓ ନେତାଙ୍କ ପୁଅଙ୍କ ସମ୍ପତ୍ତି କିଭଳି ବୃଦ୍ଧି ପାଉଛି । ଏହାକୁ ନେଇ କଂଗ୍ରସ ଓ ବିଜେପି ସଦସ୍ୟଙ୍କ ମଧ୍ୟରେ କଟା କଟାକଟି ସହିତ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟରେ ଆସି ହଟଗୋଳ କରିଥିଲେ। ଏଥିପାଇଁ ଗୃହ ଦୁଇ ପ୍ରଥମେ ଦୁଇ ଥରରେ ୨୫ ମିନିଟ୍‍ ପାଇଁ ମୁଲତବି ହୋଇଥିବାବେଳେ ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

Related Posts