ସେପ୍ଟେମ୍ବର ୭ରୁ କଂଗ୍ରେସ ‘ଭାରତ ଯୋଡୋ ଯାତ୍ରା’; ଯାତ୍ରା ପୂର୍ବରୁ ସିଭିଲ ସୋସାଇଟିର ପ୍ରତିନିଧିଙ୍କ ସହ ହେଲା ବୈଠକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସେପ୍ଟେମ୍ବର ୭ରୁ କଂଗ୍ରେସ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିବ । କଂଗ୍ରେସର ଏହି ‘ଭାରତ ଯୋଡୋ ଯାତ୍ରା’ ପାଇଁ ଦିଲ୍ଲୀର କନଷ୍ଟିଚ୍ୟୁଏଶନ କ୍ଲବ ଅଫ୍ ଇଣ୍ଡିଆରେ ସାରା ଦେଶର ସିଭିଲ ସୋସାଇଟିର ପ୍ରତିନିଧି ଓ ବଡ ବଡ ବ୍ୟକ୍ତି ବିଶେଷଙ୍କ ସହ ବୈଠକ ହୋଇଛି । ଏହି ବୈଠକରେ କଂଗ୍ରେସର ପୂର୍ବତନ ଅଧକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ପହଞ୍ଚିଥିଲେ । ସେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହ କଥା ହୋଇଥିଲେ । ଏହି ‘ଭାରତ ଯୋଡୋ ଯାତ୍ରା’ ପାଇଁ ଦଳ ସିଭିଲ ସୋସାଇଟିର ପ୍ରତିନିଧି ଓ ସାଧାରଣ ଲୋକଙ୍କ ଦାବିକୁ ଉପସ୍ଥାପନ କରୁଥିବା ସମସ୍ତ ଲୋକଙ୍କୁ ସାମିଲ ହେବା ପାଇଁ ଆମନ୍ତ୍ରଣ କରାଯାଇଛି ।

କଂଗ୍ରେସର ଏହି ଯାତ୍ରା କନ୍ୟାକୁମାରୀ ଠାରୁ କଶ୍ମୀର ପର୍ଯ୍ୟନ୍ତ ଚାଲିବ । ଯାହାକୁ ନେଇ ସୋମବାର ସିଭିଲ ସୋସାଇଟିର ପ୍ରତିନିଧିଙ୍କ ସହ ବିଚାର ବିମର୍ଶ କରାଯାଇଛି । କଂଗ୍ରେସ ଗତ ସପ୍ତାହରେ ଏହି ଯାତ୍ରା ସମ୍ପର୍କରେ ଘୋଷଣା କରିଥିଲା । ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ସମେତ ଦଳର କର୍ମୀ ଓ ନେତା ଭାଗ ନେବେ ।

Related Posts