ଦିଲ୍ଲୀ ଏମ୍ସର ଆଇସିୟୁ ଭିତରେ ପଶି ରାଜୁ ଶ୍ରୀବାସ୍ତବଙ୍କ ସହ ସେଲଫି ନେଲେ ଅଜଣା ବ୍ୟକ୍ତି, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଲୋକପ୍ରିୟ ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ରହିଛି। ଏତିକି ବେଳେ ଜଣେ ଅଜଣା ବ୍ୟକ୍ତିଙ୍କ କାରନାମା ଚର୍ଚ୍ଚାର ପରିସରକୁ ଆସିଛି । ଜଣେ ବ୍ୟକ୍ତି ଆଇସିୟୁ ଭିତରେ ପ୍ରବେଶ କରି ରାଜୁଙ୍କ ସହ ନିଜ ମୋବାଇଲରେ ସେଲଫି ଉଠାଇ ଥିବା ସୂଚନା ମିଳିଛି ।

ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ଜଣା ପଡି ନଥିବା ବେଳେ ସିସିଟିଭି ଭିଡିଓରୁ ଜଣାପଡ଼ିଛି ଯେ ଉକ୍ତ ବ୍ୟକ୍ତି ଜଣେ ଡାକ୍ତରଙ୍କ ପରି ଏକ ଧଳା କୋଟ ପିନ୍ଧି ଆଇସିୟୁରେ ପ୍ରବେଶ କରିଥିଲା। ପରେ ଭେଣ୍ଟିଲେଟରରେ ଥିବା ରାଜୁଙ୍କ ସହ ସେଲଫି ଉଠାଇଥିଲା । ସେ ସେଲଫି ଉଠାଉଥିବାବେଳେ ହସ୍ପିଟାଲ୍ ର କର୍ମଚାରୀମାନେ ତାଙ୍କୁ ଧରି ସୁରକ୍ଷାକର୍ମୀଙ୍କୁ ଦେଇଥିଲେ । ହସ୍ପିଟାଲ୍ ର ସୁରକ୍ଷା କର୍ମୀମାନେ ସଂପୃକ୍ତ ବ୍ୟକ୍ତିକୁ ପଚରାଉଚୁରା କରୁଛନ୍ତି ।

ଏହି ଘଟଣା ଜଣାପଡ଼ିବା ପରେ ରାଜୁଙ୍କ ପରିବାର ଲୋକେ ଚିନ୍ତା ପ୍ରକଟ କରିଛନ୍ତି । ଏହା ସହିତ ସେମାନେ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି । ଅନ୍ୟପକ୍ଷରେ ହସପିଟାଲ ପକ୍ଷରୁ ବିନା ଅନୁମତିରେ ଆଇସିୟୁ ଭିତରକୁ ପ୍ରବେଶକୁ ନିଷିଦ୍ଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୧୦ରେ ରାଜୁ ଶ୍ରୀବାସ୍ତବ ଏକ ଟ୍ରେଡମିଲରେ ବ୍ୟାୟାମ କରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ । କିଛି ସମୟ ଯନ୍ତ୍ରଣା ସହିବା ପରେ ସେ ଚେତା ହରାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ତାଙ୍କ ତେତା ଫେରିନାହିଁ ଓ ସେ ଭେଣ୍ଟିଲେଟରରେ ଅଛନ୍ତି ।

Related Posts