ଦେଶକୁ ବିଭାଜନ କରିବାର ଅଭ୍ୟାସ କଂଗ୍ରେସର ରହିଛି: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଛି ଭାରତ ଯୋଡ ଯାତ୍ରା। ଏହି ଯାତ୍ରାକୁ ନେଇ କଂଗ୍ରେସ ଏବଂ ଭାଜପା ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ମଧ୍ୟ ଜାରି ରହିଛି। ଏହି କ୍ରମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସାୱନ୍ତ କହିଛନ୍ତି ଯେ ଏହା ଭାରତ ଯୋଡ ଯାତ୍ରା ନୁହେଁ ବରଂ ଏହା ହେଉଛି କଂଗ୍ରେସ ଯୋଡ ଯାତ୍ରା। ଦେଶକୁ ବିଭାଜନ କରିବାର ଅଭ୍ୟାସ କଂଗ୍ରେସର ଅଛି। କିନ୍ତୁ ଭାଜପା ଏବଂ ଆରଏସଏସ ସବୁବେଳେ ଭାରତକୁ ଏକଜୁଟ କରିବା ପାଇଁ କାମ କରୁଛନ୍ତି। ଆମ ଦେଶର ଇତିହାସକୁ ଦେଖିଲେ ଜଣାପଡ଼େ ଯେ କଂଗ୍ରେସ ସ୍ବାଧୀନତା ପୂର୍ବରୁ ଭାରତକୁ ବିଭାଜନ କରି ପାକିସ୍ତାନ ସୃଷ୍ଟି କରିଥିଲା । ସେମାନେ ଆରଏସଏସ ୟୁନିଫର୍ମ ଜାଳି ଏବଂ ହୀନତାର ବାତାବରଣ ସୃଷ୍ଟି କରି ଭାଜପା ଏବଂ ଆରଏସଏସକୁ ଟାର୍ଗେଟ କରୁଛନ୍ତି। ମୁଁ କଂଗ୍ରେସର ଏହି ନୀତିକୁ ନିନ୍ଦା କରୁଛି ବୋଲି ପ୍ରମୋଦ କହିଛନ୍ତି।

ସୋମବାର କଂଗ୍ରେସ ଏହାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଆରଏସଏସର ଏକ ପୋଷ୍ଟର ପୋଷ୍ଟ କରିଥିଲା। ଏହା ପରେ ଗୋଆ ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତ୍ତି ଆସିଛି। ଏହି ଟୁଇଟ ପରେ ଅନେକ ଭାଜପା ନେତାମାନେ କଂଗ୍ରେସକୁ ଘେରିବା ଜାରି ରଖିଛନ୍ତି।

Related Posts