ଟୀକାକରଣକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ, ” ଜୁଲାଇ ସରିଗଲା, କିନ୍ତୁ ଦୂର ହୋଇନି ଟିକା ଅଭାବ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ ଟିକା ଅଭାବକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରବିବାର ଟ୍ବିଟ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଜୁଲାଇ ମାସ ଶେଷ ହୋଇଛି କିନ୍ତୁ ଟିକା ଅଭାବ ଦୂର ହୋଇନାହିଁ । ଏହା ପୂର୍ବରୁ ଜୁଲାଇ ୨ତାରିଖରେ ରାହୁଲ ଗାନ୍ଧୀ ଟ୍ବିଟ କରି କହିଥିଲେ ଯେ ଜୁଲାଇ ମାସ ଆରମ୍ଭ ହେଲାଣି କିନ୍ତୁ ଟିକା ଆସିନାହିଁ ।

ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଜୁଲାଇ ୨୮ରେ ରାହୁଲ ଗାନ୍ଧୀ କୋରୋନା ଟିକା ନେଇଥିବା ଜଣାପଡିଛି। ତେଣୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜୁଲାଇ ୨୯ ଏବଂ ୩୦ ରେ ସଂସଦରେ ଯୋଗ ଦେଇନଥିଲେ । ଚଳିତ ବର୍ଷ ଏପ୍ରିଲ୍ ୨୦ ରେ କୋରୋନା ଆକ୍ରାନ୍ତ ହୋଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ସେ ଟ୍ବିଟ୍ କରି କହିଥିଲେ ” ମୋର କୋଭିଡ୍ ର ସାମାନ୍ୟ ଲକ୍ଷଣ ଦେଖାଯିବ ପରେ ମୁଁ କୋଭିଡ୍ ଟେଷ୍ଟ କରିଛି। ଯେଉଁମାନେ ମୋ ସହ ସମ୍ପର୍କରେ ଆସିଥିଲେ , ସେମାନେ ଦୟାକରି କୋଭିଡ୍ ପ୍ରୋଟୋକଲ୍ ଅନୁସରଣ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।” ଏଥିପାଇଁ ତାଙ୍କର ଟୀକାକରଣ ବିଳମ୍ବ ହୋଇଥିଲା । ବର୍ତ୍ତମାନ ଟୀକାକରଣକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଉଭୟ ଜୋରଦାର ହଙ୍ଗାମା କରୁଛନ୍ତି ।

ଟୀକାକରଣ ସଠିକ୍ ଦିଗରେ ଚାଲିଥିବା ନେଇ ବିଜେପି ଦାବି କରି ଆସୁଥିବା ବେଳେ କଂଗ୍ରେସ ଟିକା ଅଭାବକୁ ନେଇ ସରକାରଙ୍କୁ ହମଲା କରୁଛି। ଗତ ମାସ ୧୭ ଜୁନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଟିକା ନେଇଥିବା ନେଇ ଦଳର ବରିଷ୍ଠ ନେତା ସୂଚନା ଦେଇଥିଲେ ।

ଏହାପରେ ରାହୁଲ କେବେ ଟିକା ନେବେ ବୋଲି ପ୍ରଶ୍ନ କରିଥିଲା ବିଜେପି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଗାନ୍ଧୀ ପରିବାର ଟିକା ନେଇଛନ୍ତି ନା ନାହିଁ , ଏବଂ ସେ ଟିକା ଉପରେ ବିଶ୍ବାସ କରୁଛନ୍ତି ନା ନାହିଁ ବୋଲି ପ୍ରଶ୍ନ କରିଥିଲେ।

Related Posts