କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ ମଣିପୁରର ପୂର୍ବତନ ରାଜ୍ୟ ସଭାପତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମଣିପୁରରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସକୁ ଲାଗିଛି ଜୋରଦାର ଝଟକା । ଦଳର ପୂର୍ବତନ ପ୍ରଦେଶ  ଅଧ୍ୟକ୍ଷ ଗୋବିନ୍ଦଦାସ କୋଣ୍ଠଉଜାମ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଉପସ୍ଥିତିରେ ଗୋବିନ୍ଦଦାସ ବିଜେପି ପାର୍ଟି ସଦସ୍ୟତା ଗ୍ରହଣ କରିଛନ୍ତି । ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ। ଏହି ଅବସରରେ କୋଣ୍ଠଉଜାମ କହିଛନ୍ତି ଯେ ଆସନ୍ତା ବର୍ଷ ମଣିପୁରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ମୁଁ ସେହି ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବି। ଏଥି ସହିତ ଦଳର ସଦସ୍ୟତା ଗ୍ରହଣ କରିବା ପରେ ଗୋବିନ୍ଦଦାସ କୋଣ୍ଠଉଜାମ ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡାଙ୍କୁ ଭେଟିଛନ୍ତି।ଏହି ସମୟରେ ରାଜ୍ୟସଭା ସାଂସଦ ଅନିଲ ବଲୁନି ଓ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ରବିବାର ସକାଳେ ରାଜ୍ୟସଭା ସାଂସଦ ଓ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଅନିଲ ବଲୁନି କହିଥିଲେ, ମଧ୍ୟାହ୍ନ ୧୨ଟାରେ ଏକ ପ୍ରତିଷ୍ଠିତ ବ୍ୟକ୍ତି ପାର୍ଟିରେ ସାମିଲ ହେବାକୁ ଯାଉଛି । କିନ୍ତୁ ସେ ନାମ ଘୋଷଣା କରିନଥିଲେ । ଏହା ପରେ କୋଣ୍ଠଉଜାମଙ୍କୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଥିଲା ।

  ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ମଧ୍ୟ ଏହି ଅବସରରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଫୋକସ୍ କରୁଛନ୍ତି। ଏବଂ ନିକଟରେ ଏହି ଅଞ୍ଚଳରୁ ୫ ଜଣ ମନ୍ତ୍ରୀଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇଛି। 

Related Posts