କୋରାପୁଟରେ କଂଗ୍ରେସ ଆଗୁଆ; କଂଗ୍ରେସ ୬ଟି ଜୋନରେ ଆଗୁଆ ରହିଥିବାବେଳେ ବିଜେଡି ୪ଟିରେ ରହିଛି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ସେପଟେ ପ୍ରଥମ ଦିନ ଭୋଟ ଗଣତି ଆରମ୍ଭରୁ ହିଁ ବିଜେଡି ବହୁ ଆଗରେ ରହିଛି । ଏହା ମଧ୍ୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ଜୋନ୍ରେ ଦ୍ବିତୀୟ ଦିନରେ ଭୋଟ ଗଣତି ଜାରି ରହିଛି। ଜିଲ୍ଲାର ସେମିଳିଗୁଡ଼ା, ବେପାରିଗୁଡ଼ା, କୋରାପୁଟ, ଜୟପୁର, ବନ୍ଧୁଗାଁ, ଦଶମନ୍ତପୁର, ଲମଟାପୁଟ, ନନ୍ଦପୁର ଓ ପଟ୍ଟାଙ୍ଗିରେ ଜିଲ୍ଲା ପରିଷଦ ପାଇଁ ଜୋନ୍-୨ ପାଇଁ ଭୋଟ ଗଣତି ଚାଲିଛି।

ତେବେ ସେମିଳିଗୁଡା ଜୋନ୍-୨ରେ କଂଗ୍ରେସ ପ୍ରାର୍ଥୀ ୩୧୭ ଭୋଟରେ ଆଗୁଆ, ବ୍ଲକ – ବୈପାରିଗୁଡା ଜୋନ୍-୨ରେ କଂଗ୍ରେସ ୪୫୩ ଭୋଟରେ ଆଗୁଆ, ଦଶମନ୍ତପୁର ଜୋନ୍-୨ରେ କଂଗ୍ରେସ ପ୍ରାର୍ଥୀ ୩୩୩ ଭୋଟରେ ଆଗୁଆ, ପଟ୍ଟାଙ୍ଗି ଜୋନ୍-୨ରେ କଂଗ୍ରେସ ପ୍ରାର୍ଥୀ ମହୋନ ଜାନି ୯୫ ଭୋଟରେ ଆଗୁଆ, ଲମତାପୁଟ ଜୋନ୍-୨ରେ କଂଗ୍ରେସ ୭୪୧ ଭୋଟରେ ଆଗୁଆ, କୋରାପୁଟ ଜୋନ୍-୨ରେ କଂଗ୍ରେସ ପ୍ରାର୍ଥୀ ମିହିର କୁଲଦୀପ ୧୩୧୮ ଭୋଟରେ ଆଗୁଆ ଏବଂ ବନ୍ଧୁଗାଁ ଜୋନ୍-୨ରେ ବିଜେଡ଼ି ପ୍ରାର୍ଥୀ ମାଜି ହିମିରିକା ୫୨୬ ଭୋଟରେ ଆଗୁଆ, ଜୟପୁର ଜୋନ୍-୨ରେ ଵିଜେଡ଼ି ୧୨୯ ଭୋଟରେ ଆଗୁଆ, ନନ୍ଦପୁର ଜୋନ ୨ରେ ବିଜେଡି ୧୪୬୮ ଭୋଟରେ ବିଜେଡି ଆଗୁଆ, କୋଟପାଡ ଜୋନ ୨ରେ ବିଜେଡି ୧୪୫୯ ଭୋଟରେ ଆଗରେ ରହିଛି ।

Related Posts