ଉପରାଷ୍ଟ୍ରପତି ନିର୍ବାଚନ; ବିରୋଧୀ ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ସମର୍ଥନ ଘୋଷଣା କଲା ଆମ ଆଦମୀ ପାର୍ଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନରେ ଅରବିନ୍ଦ କେଜ୍‌ରିୱାଲଙ୍କ ଆମ ଆଦମୀ ପାର୍ଟି ( ଆପ ) ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ସମର୍ଥନ କରିବ। ପାର୍ଟି ବୈଠକ ପରେ ଦଳର ସାଂସଦ ସଞ୍ଜୟ ସିଂ ଏହା ଘୋଷଣା କରିଛନ୍ତି।ଉପରାଷ୍ଟ୍ରପତି ନିର୍ବାଚନ ଉପରେ ଆଲୋଚନା ପାଇଁ ଆମ ଆଦମୀ ପାର୍ଟିର ବୁଧବାର ଏକ ବୈଠକ ବସିଥିଲା।ଏହି ବୈଠକରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂ, ଏବଂ ରାଘବ ଚଢାଙ୍କ ଭଳି ଆଗଧାଡିର ନେତାମାନେ ଉପସ୍ଥିତ ଥିଲେ।

ଆପ ପକ୍ଷରୁ ସମର୍ଥନ ଘୋଷଣା କରିବା ପରେ ଆଲ୍‌ଭା ଟୁଇଟ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।ସୂଚନାଯୋଗ୍ୟ, ବର୍ତ୍ତମାନର ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଏମ. ଭେଙ୍କାୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ। ନୂଆ ଉପରାଷ୍ଟ୍ରପତି ୧୧ ତାରିଖରେ ଶପଥ ନେବେ। ମାର୍ଗେଟ ଆଲ୍‌ଭାଙ୍କ ବିପକ୍ଷରେ ଏନ୍‌ଡିଏ ପକ୍ଷରୁ ଜଗଦୀପ ଧନଖର ପ୍ରାର୍ଥୀ ହୋଇଛନ୍ତି। ଏହି ନିର୍ବାଚନରେ ଧନକରଙ୍କ ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି।

Related Posts