ତେଲେଙ୍ଗାନା ରାଷ୍ଟ୍ର ସମିତି ସହିତ ମେଣ୍ଟ କରିବ ନାହିଁ କଂଗ୍ରେସ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଚଳିତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ର ଶୋଚନୀୟ ପରାଜୟ ପରେ ଏବେ କଂଗ୍ରସ ଦଳକୁ ସୄଧୁଡ଼ କରିବା ପାଇଁ ଅଂଟା ଭିଡିଛି | ଦଳୀୟ କାମୀଙ୍କ ସହ ଘନ ଘନ ବୈଠକ ଡାକୁଥିବା ବେଳେ, କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ପାର୍ଟିର ତେଲେଙ୍ଗାନା ଶାଖାର ବରିଷ୍ଠ ନେତାଙ୍କ ସହିତ ବୈଠକ କରିଛନ୍ତି। ରାହୁଲ ଦଳୀୟ ନେତାଙ୍କୁ ଏକତା ଓ ଅନୁଶାସନ ପାଇଁ ମନ୍ତ୍ର ଦେଇଛନ୍ତି। ରାହୁଳ ଗାନ୍ଧୀଙ୍କ ନିବାସରେ ହୋଇଥିବା ବୈଠକରେ ରାଜ୍ୟ କଂଗ୍ରେସ କମିଟିର ସଭାପତି ରେୱନ୍ତ ରେଡ୍ଡୀ ସମେତ ମୋଟ ୩୫ରୁ ଅଧିକ ନେତା ଉପସ୍ଥିତ ଥିଲେ। ରାହୁଳ ଏହା ସ୍ପଷ୍ଟ କରିଛନ୍ତି ଯେ, ତେଲେଙ୍ଗାନା ରାଷ୍ଟ୍ର ସମିତି (TRS) ସହିତ କଂଗ୍ରେସ ମେଣ୍ଟ କରିବ ନାହିଁ।

ପାର୍ଟିର ସାଧାରଣ ସଚିବ କେସି ବେରୁଗୋପାଳ ଓ ରାଜ୍ୟ ପ୍ରଭାରୀ ମଣିକମ ଟାଗୋର ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ। ରାହୁଳଙ୍କୁ ଭେଟିବା ପରେ ତେଲେଙ୍ଗାନା କଂଗ୍ରେସ ସଭାପତି ରେୱନ୍ତ ରେଡ୍ଡୀ କହିଛନ୍ତି ଯେ, ଆମେ ରାହୁଳିଙ୍କ ସହିତ ଚାଷୀ ସମସ୍ୟା, ଦରବୃଦ୍ଧି, ଇନ୍ଧନର ଦରବୃଦ୍ଧି ସହିତ ଧାନ କିଣିବା ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛୁ। ସେ କହିଛନ୍ତି ଯେ, ରାହୁଳ ଗାନ୍ଧୀ ଏହି ମାସରେ ତେଲେଙ୍ଗାନା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

କଂଗ୍ରେସ ତେଲେଙ୍ଗାନାରେ ଟିଆରଏସ ଓ ବିଜେପି ବିରୋଧରେ ନିର୍ବାଚନ ଲଢ଼ିବ। ଗଣମାଧ୍ୟମକୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାହୁଳ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର କଂଗ୍ରେସ ନେତା ଏକତା ସୂତ୍ରରେ ବାନ୍ଧି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ ମନ୍ତ୍ର ଦେଇଛନ୍ତି |

Related Posts