ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଡକ୍ୟୁମେଣ୍ଟାରି ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏହା ମଧ୍ୟରେ ସିନେ ନିର୍ମାତା ଲୀନା ମାନିମେକଲାଇଙ୍କ ବିରୋଧରେ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ମାମଲା ରୁଜୁ ହୋଇଛି। ନିର୍ମାତା ହିନ୍ଦୁ ଧର୍ମୀମାନଙ୍କ ଦେବୀ କାଳୀଙ୍କ ହାତରେ ସିଗାରେଟ୍ ଥିବାର ଏକ ପୋଷ୍ଟ୍ର ରିଲିଜ୍ କରିବା ପରେ ଏହା ହିନ୍ଦୁ ଧର୍ମୀମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି। ସେପଟେ ଗତ ୨ ତାରିଖରେ ନିର୍ମାତା ପୋଷ୍ଟର୍ଟିକୁ ରିଲିଜ୍ କରିବା ପରେ ବିବାଦ ଉପୁଜିଥିଲା। ପୋଷ୍ଟ୍ରରେ ମାଆ କାଳୀ ସିଗାରେଟ୍ ପିଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ନେଇ ବିବାଦ୍ ଜୋର୍ ଧରିଛି।
କେବଳ ସିଗାରେଟ୍ ନୁହେଁ, ମାଆ କାଳୀ ଗୋଟାଏ ହାତରେ ତ୍ରିଶୁଳ ତ ଅନ୍ୟ ହାତରେ ଏଲ୍ଜିବିଟି ସମୁଦାୟର ପତାକା ଧରିଥିବାର ଦେଖିବାକୁ ମିଳିଥିଲା। ମାଆ କାଳୀଙ୍କ ହାତରେ ଏହି ଦୁଇଟି ଜିନିଷକୁ ଦେଖି ବିବାଦ ଉପୁଜିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ସିନେ ନିର୍ମାତା ଲୀନା ମାନିମେକଲାଇଙ୍କୁ ଗିରଫ କରିବାକୁ ଦାବି କରିଥିଲେ।ଏବେ ସିନେ ନିର୍ମାତା ଲୀନା ମାନିମେକଲାଇଙ୍କ ବିରୋଧରେ ବିଭିନ୍ନ ମାମାଲା ରୁଜୁ ହୋଇଛି। ସୋସିଆଲ୍ ମିଡିଆରେ ‘ଆରେଷ୍ଟ ଲୀନା ନାମାନିମେକଲାଇ’ ଟ୍ରେଣ୍ଡ୍ କରିଥିବା ବେଳେ ନିର୍ମାତା ଏକ ଟ୍ବିଟ୍ କରି ହ୍ୟାସଟ୍ୟାଗ୍ ‘ଆରେଷ୍ଟଲୀନା ନାମାନିମେକଲାଇ’ ନଲେଖି ହ୍ୟାସଟ୍ୟାଗ୍ ‘ଲଭୟୁ ଲୀନାମନିମେକଲାଇ’ ଲେଖନ୍ତୁ ବୋଲି କହିଛନ୍ତି।
