ମୁମ୍ବାଇ: ମହାରାଷ୍ଟ୍ର କୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏକନାଥ ସିନ୍ଧେ । ତେବେ ମୁଖ୍ୟମନ୍ତ୍ରୀ ଭାବେ ପଦ ଗ୍ରହଣ କରିବା ପରଠୁ ତାଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଚାଳିଛି । ଆସ୍ଥାଭୋଟ ଜିତିବା ପରେ ରାଜ୍ୟବାସୀଙ୍କ ପାଇ ଏକ ବଡ଼ ଘୋଷଣା କରିଛନ୍ତି।

ପେଟ୍ରୋଲ, ଡିଜେଲ ଦର କମାଇବା ପାଇଁ ରାଜ୍ୟ ସରକାର ଏହା ଉପରୁ ମୂଲ୍ୟଯୁକ୍ତ ଟିକସ (ଭାଟ୍‌) କମାଇବା ପାଇଁ ମୁଖ୍ୟମନ୍ତ୍ରୀ ଶିନ୍ଦେ ଘୋଷଣା କରିଛନ୍ତି। ନୂଆ କ୍ୟାବିନେଟର ପରବର୍ତ୍ତୀ ବୈଠକରେ ତୈଳ ଉପରୁ ଭାଟ୍‌ ହ୍ରାସ କରାଯିବ ବୋଲି ଶିନ୍ଦେ କହିଛନ୍ତି।

ଗତ ନଭେମ୍ବରରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଯଥାକ୍ରମେ ୫ ଓ ୧୦ ଟଙ୍କା ହ୍ରାସ କରିଥିଲେ। ଏହାପରେ ଅଧିକାଂଶ ଭାଜପା ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଭାଟ୍‌ କମାଇଥିଲେ ।