ପାଟ୍ରୋଲିଂ ଓ ଗାର୍ଡ ଡ୍ୟୁଟି କରିବେ ଧୋନୀ

ସତ୍ୟପାଠ ବ୍ୟୁରୋ : ୧୫ ଦିନ ପାଇଁ ଭାରତୀୟ ଯବାନଙ୍କ ଭଳି ଡ୍ୟୁଟି କରିବେ ମହେନ୍ଦ୍ର ସିଂ ଧୋନୀ । ଜୁଲାଇ ୩୧ରୁ ଅଗଷ୍ଟ ୧୫ ଯାଏ ଧୋନୀ ଡ୍ୟୁଟି କରିବେ ବୋଲି ଜଣାପଡିଛି । କାଶ୍ମୀରରେ ରହି ସେ ପାଟ୍ରୋଲିଂ ଓ ଗାର୍ଡ ଡ୍ୟୁଟି କରିବେ । ଏନେଇ ଗୁରୁବାର ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତୀୟ ସେନା ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ଲେପ୍ଟନାଣ୍ଟ କର୍ଣ୍ଣେଲ ଏମ୍ଏସ୍ ଧୋନୀ ଜୁଲାଇ୩୧-ଅଗଷ୍ଟ ୧୫ପର‌୍ୟ୍ୟନ୍ତ ଭାରତୀୟ ସେନା ସହ କାମ କରିବେ । ଭିକ୍ଟର ଫୋର୍ସ ସହ ସାମିଲ ହୋଇ ସେ କଶ୍ମୀର ଘାଟିରେ ପାଟ୍ରୋଲିଂ, ଗାର୍ଡ ଓ ପୋଷ୍ଟ ଡ୍ୟୁଟି କରିବା ସହ ଯବାନମାନଙ୍କ ସହ ରହିବେ । ଧୋନୀଙ୍କୁ ୨୦୧୧ରେ ଲେପ୍ଟନାଣ୍ଟ କର୍ଣ୍ଣେଲର ସମ୍ମାନ ଦିଆଯାଇଥିଲା । ୨୦୧୫ରେ ସେ ଭାରତୀୟ ଏୟାରକ୍ରାପ୍ଟରୁ ୫ଥର ପାରାଚ୍ୟୁଟ୍ ସାହାଯ୍ୟରେ ସଫଳ ଭାବରେ ଡ଼େଇଁ ପାରାଟ୍ରୁପର ଟ୍ରେନିଂକୁ ସଫଳ ଭାବେ ପୂରା କରିଥିଲେ ।

Related Posts