ବାରାମୁଲ୍ଲା ଜିଲ୍ଲାର କେରି ଅଞ୍ଚଳରେ CRPF ଏବଂ ପୋଲିସର ମିଳିତ ଟିମ୍ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ

ଜାମ୍ମୁ କାଶ୍ମୀରର ବାରାମୁଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ବାରାମୁଲ୍ଲା ଜିଲ୍ଲାର କେରି ଅଞ୍ଚଳରେ CRPF ଏବଂ ପୋଲିସର ମିଳିତ ଟିମ୍ ଉପରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିବା ଜଣାପଡିଛି ।

ଏହି ଆକ୍ରମଣ ସମ୍ପର୍କରେ ଜାମ୍ମୁ କାଶ୍ମୀର ପୋଲିସ୍ ଇନ୍ସପେକ୍ଟର ଜେନେରାଲ୍ ବିଜୟ କୁମାର ସୂଚନା ଦେଇ କହିଛନ୍ତି ଯେ ଏହି ଆକ୍ରମଣରେ ଜାମ୍ମୁ କାଶ୍ମୀର ପୋଲିସର ଜଣେ ଏସପିଓ ଅଧିକାରୀ ଏବଂ ଦୁଇ ଜଣ CRPF ଯବାନ ସହୀଦ ହୋଇଛନ୍ତି । ଏହି ଆକ୍ରମଣ ପରେ ତୁରନ୍ତ ସେନା ପକ୍ଷରୁ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳକୁ ସେନା ପକ୍ଷରୁ କର୍ଡନ କରାଯାଇଛି ।

Related Posts