ରାଜ୍ୟରେ ନକଲି ଔଷଧ କାରବାର ମାମଲା; ପୁଣି ୩ଦିନିଆ ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ ) ରାଜ୍ୟରେ ନକଲି ଔଷଧ କାରବାର ଘଟଣାରେ ପୁଣି ୩ ଦିନିଆ ରିମାଣ୍ଡରେ ଯିବେ ୨ ଅଭିଯୁକ୍ତ । ଅଜି ଦୁଇ ଅଭିଯୁକ୍ତଙ୍କ ଟ୍ରାଞ୍ଜିଟ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ କଟକ ଏସଡିଜେଏମ କୋର୍ଟରେ ହାଜର କରିଥିଲା ପୋଲିସ । ଅଧିକ ଖୋଳତାଡ ପାଇଁ ପୁରୀଘାଟ ଥାନା ପୋଲିସ ଆଉ ପାଞ୍ଚ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା । ତେବେ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ ।
ଏହାପରେ ନକଲି ଔଷଧ କାରବାର ମାମଲାରେ ବିହାର ଗୟାରୁ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଆଲୋକ ମିଶ୍ରା ଓ ହରିଶ କୁମାରଙ୍କୁ ରିମାଣ୍ଡରେ ନେଇଛି ପୋଲିସ ।

Related Posts