୪ ରାଜ୍ୟରେ ଭୋଟ ଗଣତି ଜାରି: ରାଜସ୍ଥାନରେ କଡା ଟକ୍କର, ମଧ୍ୟପ୍ରଦେଶରେ ବିଜେପି, ଛତିଶଗଡ ଓ ତେଲେଙ୍ଗାନାରେ କଂଗ୍ରେସ ଆଗୁଆ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୪ ଟି ରାଜ୍ୟର ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ ଗଣତି ଆଜି ସକାଳୁ ଆରମ୍ଭ ହୋଇଛି । ସବୁଠି ପାଖାପାଖି ବିଜେପି ଓ କଂଗ୍ରେସ ମଧ୍ୟରେ ଛକାପଂଝା ଚାଲିଥିବା ବେଳେ ତେଲେଙ୍ଗାନା ରେ କଂଗ୍ରେସ ଓ ବିଆରଏସ ମଧ୍ୟରେ ଟକ୍କର ଦେଖିବାକୁ ମିଳୁଛି ।

ଏବେଯାଏଁ ହୋଇଥିବା ଭୋଟ ଗଣତି ଅନୁସାରେ ରାଜସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି କଡା ଟକ୍କର ।ସେହିପରି ମଧ୍ୟପ୍ରଦେଶରେ ବିଜେପି ଆଗୁଆ ଚାଲିଛି । ଛତିଶଗଡରେ କିନ୍ତୁ କଂଗ୍ରେସ ଆଗୁଆ ରହିଛି । ଅନ୍ୟପଟେ ତେଲେଙ୍ଗାନାରେ ବିଆରଏସର କାର ଏଥର ପଛରେ ପଡିଯାଇଛି । ଏଠାରେ କଂଗ୍ରେସ ଆଗୁଆ ରହିଛି । ତେବେ ଏହା ପ୍ରାରମ୍ଭିକ ପର୍ଯ୍ୟାୟର ଟ୍ରେଣ୍ଡ୍ ହୋଇଥିବା ବେଳେ ଆଗକୁ ଏଥିରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିପାରେ।

Related Posts