ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି: ବହୁ ଆଗରେ ଶଙ୍ଖ

ରାଜ୍ୟରେ ଶେଷ ହୋଇଚି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ । ତେବେ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ଆଜିଠୁ ଭୋଟ ଗଣତି ପକ୍ରିୟା ଆରମ୍ଭ ହୋଇଥିବା ବେଳେ, ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ଗଣତି ଚାଲିଛି। ଆସିଥିବା ସୂଚନା ଅନୁଯାୟୀ, ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୨୭୮ଟିରେ ବିଜେଡି ଆଗୁଆ ରହିଛି। ବିଜେପି ମାତ୍ର ୧୮ଟିରେ ଆଗୁଆ ରହିଥିବା ବେଳେ କଂଗ୍ରେସର ସ୍ଥିତି ଆହୁରି ଖରାପ। କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ପ୍ରାର୍ଥୀ ୪ଟି ଆସନରେ ଆଗୁଆ ରହିଛନ୍ତି।

ଏହି ୩୧୫ଟି ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ରହିଥିବା ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ନିମନ୍ତେ ମଧ୍ୟ ଭୋଟ୍ ଗଣତି ହୋଇଛି। ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ସେହିପରି ୨୭ରେ ୩୦୭ଟି ଓ ୨୮ରେ ବାକି ୨୨୯ଟି ଜୋନ୍‌ର ଫଳାଫଳ ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ ଚଳିତ ମାସ ୧୬ରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟର ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨%, ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ତୃତୀୟ ପର୍ଯ୍ୟାୟରେ ୭୮.୬%, ଚତୁର୍ଥ ପର୍ଯ୍ୟାୟରେ ୭୯% ଓ ପଞ୍ଚମ ପର୍ଯ୍ୟାୟରେ ୭୬% ମତଦାନ ରେକର୍ଡ କରାଯାଇଥିଲା।

ଚଳିତ ନିର୍ବାଚନ ରେ ମତଦାନ ଅଧିକ ଥିବା ବେଳେ ହିଂସା ମଧ୍ୟ ବେଶ୍ ଅଧିକ ରହିଛି । ହିଂସାକାଣ୍ଡ, ବୁଥ ରିଗିଂ ଓ ଅନ୍ୟାନ୍ୟ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା ।

Related Posts