
ଦେଶରେ ତଳମୁହାଁ ରହିଛି କରୋନା ର ଦୈନିକ ସଂକ୍ରମଣ । କମୁଥିବା ସଂକ୍ରମଣ ମଧ୍ୟରେ କୋହଳ ହେବାରେ ଲାଗିଛି କରୋନା କଟକଣା । ଦିଲ୍ଲୀ ସରକାର କମୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି କରୋନା କଟକଣା କୁ କୋହଳ କରିଛନ୍ତି। ଏଣିକି ଦିଲ୍ଲୀରେ ଚାରି ଚକିଆ ଯାନରେ ଯାଉଥିବା ଲୋକେ ପିନ୍ଧିବେ ନାହିଁ କୋଭିଡ ଫେସ୍ ମାସ୍କ । ଆଜି ଏନେଇ ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାବାଳୀ ଜାରି ହୋଇଛି । ତେବେ କୋଭିଡ ପଜିଟିଭି ରେଟ୍ କମିବା ସହ ଅଧିକାଂଶ ଲୋକଙ୍କୁ ଟୀକାକରଣ ହୋଇଯାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପଟେ ପୂର୍ବ ପରି ଜନଗହଳି ସ୍ଥାନ, ବାହାରକୁ ଏକୁଟିଆ ଯାଉଥିଲେ ମାସ୍କ ବାଧ୍ୟତାମୂଳକ ରହିଛି । ଏପଟେ ଗତକାଲି ନିୟମ କୋହଳ ନେଇ ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବୈଠକ ହୋଇଥିଲା । ବୈଠକ ପରେ ଆଜି ଏନେଇ ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି ।
ଏହି ନିୟମ ଆସନ୍ତା ଫେବୃଆରୀ ୨୮ରୁ(ସୋମବାର) ଲାଗୁ ହେବ। ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ
ସୂଚନା ଦିଆଯାଇଛି ।