ଜଷ୍ଟିସ ମୁରଲିଥରଂକୁ ଅଶାଳୀନ ମନ୍ତବ୍ୟ ମାମଲା; କାମ ଦେଲାନି କ୍ଷମା ପ୍ରାର୍ଥନା, ଅପ୍ରେଲ ୧୦ ରେ କୋର୍ଟରେ ହାଜିର ହେବେ ବିବେକ ଅଗ୍ନିହୋତ୍ରୀ

ଭୁବନନେଶ୍ବର ୧୭/୨୦୨୩: ଚିଫ୍ ଜଷ୍ଟିସ୍ ମୁରଲୀଥରଂକ ବାବଦରେ ଅଶାଳୀନ ମନ୍ତବ୍ୟ ମାମଲାରେ ନିଃସର୍ତ କ୍ଷମା ମାଗିବା ପରେ ବି ଅଡୁଆ ମୁକ୍ତ ନୁହଁନ୍ତି ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ। ବ୍ୟକ୍ତିଗତ ହାଜିରା ପାଇଁ ଅଗ୍ନିହୋତ୍ରୀଂକୁ ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ହୀଇକୋର୍ଟ। ବିଭିନ୍ନ ବାହାନା ନେଇ ହାଜିରା ତାରିଖକୁ ଟାଳି ଚାଲୁଥିଲେ ଅଗ୍ନିହୋତ୍ରୀ। କ୍ଷମା ମାଗିଦେଇ ଖସିଯିବେ ବୋଲି ଆଶା କରିଥିଲେ ଅଗ୍ନିହୋତ୍ରୀ ମାତ୍ର କୋର୍ଟ ଏହାକୁ ମାନିନାହାନ୍ତି। ବିବେକ ଅଗ୍ନିହୋତ୍ରୀଂକ ବିରୁଦ୍ଧରେ କ୍ରିମିନାଲ୍ କନ୍ଟେପ୍ଟ କେସ୍ ଚାଲିଛି।

୨୦୧୮ ରେ ଚିଫ୍ ଜଷ୍ଟିସ୍ ମୁରଲିଥର ଯେବେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିଲେ ସେବେ ଭୀମାକୋରେଗାଁଓ ମାମଲାର ଏକ ରାୟ କୁ ନେଇ ବିବେକ ଅଗ୍ନିହୋତ୍ରୀ ଜଷ୍ଟିସ ମୁରଲିଥରଂକ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ। 2022 ରେ ବିବେକ ଅଗିନିହୋତ୍ରୀ ଓ ସ୍ବରାଜ୍ୟ ନ୍ୟୁଜ୍ ପୋର୍ଟାଲ, ଆନନ୍ଦ ରଙ୍ଗନାଥନ୍ ଏବଂ ଅନ୍ୟମାନଂକ (ଅଭିଯୋଗକାରୀ) ବିରୁଦ୍ଧରେ ମାମଲା ରୁଜୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଆସନ୍ତା ଅପ୍ରିଲ ୧୦ ରେ ବିବେକ ଅଦୀଲତରେ ହାଜିର ହେବେ। ଆନନ୍ଦ ରଂଗନାଥନ କିନ୍ତୁ କ୍ଷମା ମାଗିବେ ନାହିଁ ବୋଲି ଅଦାଲତକୁ କହିଦେଇଛନ୍ତି।

Related Posts