ଆସନ୍ତାବର୍ଷ ବଜାରରେ ଉପଲବ୍ଧ ହେବ କୋଭିଡ୍-୧୯ ର ବଟିକା :ଫାଇଜର୍‌ ‘ସିଇଓ’ ଆଲ୍‌ବର୍ଟ ବୋର୍ଲା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ଆସନ୍ତାବର୍ଷ ସୁଦ୍ଧା ଖାଇବା ଔଷଧ ବଜାରରେ ଉପଲବ୍ଧ ହେବ | ‘ଫାଇଜର୍‌’ ର ‘ସିଇଓ’ ଆଲ୍‌ବର୍ଟ ବୋର୍ଲା ଏହା କହିଛନ୍ତି । ଭୂତାଣୁ ନିରୋଧୀ ସଫଳ ଦୁଇଟି ଔଷଧ ପାଇଁ କମ୍ପାନୀ କାର୍ଯ୍ୟାରମ୍ଭ କରିଛି ବୋଲି ସେ ମତ ଦେଇଛନ୍ତି । ଗୋଟିଏ ଇଞ୍ଜେକ୍‌ସନ୍‌ ହୋଇଥିବାବେଳେ ଅନ୍ୟଟି ଖାଇବା ଔଷଧ ,ଯାହା ଅଧିକ ଗ୍ରହଣୀୟ ହେବ । ସିଏନ୍‌ବିସି’ ସହ ସାକ୍ଷାତ୍‌କାର ବେଳେ ଗତ ମଙ୍ଗଳବାର ଦିନ‘ ବୋର୍ଲା ପ୍ରକାଶ କରିଛନ୍ତି , ଖାଇବା ଔଷଧ ଉପରେ ଆମେ ଅଧିକ ଧ୍ୟାନ ଧ୍ୟାନକୈନ୍ଦ୍ରିକ କରୁଛୁ । ଖାଇବା ଔଷଧ ଇଞ୍ଜେକ୍‌ସନ୍‌ ଠାରୁ ଜନସାଧାରଣଙ୍କୁ ଅଧିକା ସୁବିଧା ହେବ। ଇଞ୍ଜେକ୍‌ସନ୍‌ ପାଇଁ ଡାକ୍ତରଖାନା ଯିବାକୁ ପଡୁଥିବା ବେଳେ ବଟିକା ଘରେ ରହି ଖାଇହେବ । ଯାହା ଲୋକମାନଙ୍କୁ ସହଜ ଲାଗିବ | ଏବେ ମହାମାରୀ କରୋନା ଭୂତାଣୁ କୁ ପ୍ରତିହତ କରିବା ପାଇଁ ଦିଆଯାଉଥିବା ଭୂତାଣୁ ନିରୋଧୀ ଔଷଧ ହେଲା “ରେମ୍‌ଡେସିଭିୟର୍ସ’ ଯାହା ‘ଜିଲ୍‌ଡ୍‌ ସାଇନ୍‌ସ୍‌’ଦ୍ୱାରା ନିର୍ମିତ । ଏହାର ଜରୁରୀକାଳନୀ ବ୍ୟବହାର ପାଇଁ ଗତବର୍ଷ ମେ ମାସରେ ଅନୁମତି ମିଳିଥିଲା | ଏବଂ ୟୁଏସ୍‌ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ଏହାକୁ ଅକ୍ଟୋବର ମାସରେ ପୂର୍ଣ୍ଣ ସ୍ୱୀକୃତି ପ୍ରଦାନ କରିଥିଲା ।

Related Posts