ଟ୍ୱିଟରରେ ଅକ୍ସିଜେନ ସହାୟତା ମାଗିବାରୁ ଯୁବକଙ୍କ ବିରୁଦ୍ଧରେ ଏଫଆଇଆର ଦାୟର କଲେ ଯୋଗୀ ସରକାର

yogi govt

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସହିତ ଅକ୍ସିଜେନ ସମସ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ନିଜ ଦାଦାଙ୍କ ପାଇଁ ଅକ୍ସିଜେନ ନିବେଦନ କରିଥିବା ଜଣେ ବ୍ୟକ୍ତିଙ୍କ ଉପରେ ଅପରାଧିକ ମାମଲା ଦାୟର କରିଛି ଉତ୍ତରପ୍ରଦେଶ ପୁଲିସ । ଏପରି ଏକ ଘଟଣା ଦେଖିବା ପାଇଁ ମିଳିଛି ଉତ୍ତରପ୍ରଦେଶ ଜିଲ୍ଲା ଆମୀଥୀ ଠାରେ । ସୋସିଆଲ ମିଡିଆରେ ଭୟର ବର୍ତ୍ତା ଦେଉଥିବା ଓ ଗୁଜବ ସୃଷ୍ଟି କରୁଥିବା ଦର୍ଶାଇ ପୁଲିସ ଏଫଆଇଆର ଦାଖଲ କରିଥିବାର ସୂଚନା ମିଳିଛି । ତେବେ ନିଜ ଦାଦାଙ୍କ ପାଇଁ ଅକ୍ସିଜେନ ଦରକାର ବୋଲି ଟ୍ୱିଟରେ ଶଶଙ୍କ ଯାଦବ ଟ୍ୱିଟ କରି ସୋନୁ ସୁଧଙ୍କୁ ଟ୍ୟାଗ କରିଥିଲେ । ଏହା ପରେ ତାଙ୍କର ଜଣେ ବନ୍ଧୁ ଯାଦବଙ୍କ ପୋଷ୍ଟକୁ ସେୟାର କରିଥିଲେ । ଅନ୍ୟପଟେ ତାଙ୍କ ଦାଦା କରୋନାରେ ସଂକ୍ରମିତ ଅଛନ୍ତି କି ନାହିଁ ତାହା ମଧ୍ୟ ଶଶଙ୍କ ଯାଦବ ଉଲ୍ଲେଖ କରି ନଥିଲେ । ଉତ୍ତରପ୍ରଦେଶ ସରକାରଙ୍କୁ ଟାଗେର୍ଟ କରିବା ପାଇଁ ଯାଦବ ଅମ୍ଳଜାନ ଯୋଗାଣ ଏବଂ କରୋନା ଭାଇରସ ବିଷୟରେ ମିଥ୍ୟା ସୂଚନା ପ୍ରଦାନ କରିଛନ୍ତି ବୋଲି ରାମଗଞ୍ଜ ପୁଲିସ ଷ୍ଟେସନର ସବ ଇନ୍ସପେକ୍ଟର ବିରେନ୍ଦ୍ର ସିଂହ ଦାବି କରିଛନ୍ତି । ସମ୍ପୃକ୍ତଙ୍କର ମିଥ୍ୟା ଟ୍ୱିଟ ଫଳରେ ଅନେକ ଲୋକ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବୋଲି ଏକ ଅନୁସନ୍ଧାନରୁ ଜଣାପଡିଛି । ଯାହାଫଳରେ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ଶଶଙ୍କ ଯାଦବ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି ।

Related Posts