ଝିଅର ପ୍ରି-ୱେଡିଂ ସେରିମୋନୀରେ କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ : ବିଜେପି ବିଧାୟକଙ୍କ ସମେତ ୬୦ ଜଣଙ୍କ ବିରୋଧରେ ମାମଲା ରୁଜୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସଂକ୍ରମଣ ରୋକିବାକୁ ସରକାର କଡା ପ୍ରତିବନ୍ଧ ଲଗାଉଥିବା ବେଳେ କଟକଣାର ଖୋଲା ଉଲ୍ଲଂଘନ କରିଛନ୍ତି ବିଜେପି ବିଧାୟକ। ମହାରାଷ୍ଟ୍ରର ପିମ୍ପ୍ରି-ଚିଞ୍ଚୱାଡର ବିଜେପି ବିଧାୟକ ମହେଶ ଲ୍ୟାଣ୍ଡେଙ୍କ ଝିଅର ପ୍ରି-ୱେଡିଂ ସେରିମୋନୀରେ ବିଧାୟକଙ୍କ ସମେତ ୬୦ରୁ ଅଧିକ ଲୋକ କୋଭିଡ୍ ନିୟମ ଭାଙ୍ଗି ସେଲିବ୍ରେସନ କରୁଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପିମ୍ପ୍ରି ଚିଞ୍ଚୱାଡ ଅଧୀନରେ ଆସୁଥିବା ଭୋସାରୀ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ବିଜେପି ବିଧାୟକଙ୍କ ଘର ପରିସରରେ ରବିବାର ସନ୍ଧ୍ୟାରେ ଏକ ପ୍ରି-ୱେଡିଂ ସେରିମୋନୀ ଆୟୋଜନ କରାଯାଇଥିଲା । ସୋମବାର ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଜଣେ ଅଧିକାରୀ କହିଛନ୍ତି ଯେ, ” ଭିଡିଓରେ ବିଧାୟକଙ୍କ ସମେତ ୬୦ରୁ ଅଧିକ ଲୋକ ନଜର ଆସୁଛନ୍ତି।ତେବେ ବାହାଘର ପାଇଁ ବିଧାୟକ ପୋଲିସ ଠାରୁ ଅନୁମତି ନେଇ ନଥିବା ସେ କହିଛନ୍ତି। ଏହା ସହ କୋଭିଡ୍ ଗାଇଡଲାଇନ ଅନୁଯାୟୀ ସେମାନେ ମାସ୍କ ପିନ୍ଧି ନଥିବା ସହ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରୁ ନଥିଲେ। ପୋଲିସ ଭିଡିଓରେ ଖୋଦ୍ ବିଧାୟକ ଥିବା ନେଇ ସ୍ପଷ୍ଟ କରିବା ସହ ତଦନ୍ତ ଆରମ୍ଭ କରିଛି। ସୋମବାର ବିଳମ୍ବିତ ରାତିରେ ଏପିଡେମିକ୍ ରୋଗ ଅଧିନିୟମ, ବିପର୍ଯ୍ୟୟ ପରିଚାଳନା ଅଧିନିୟମର ବିଭିନ୍ନ ନିୟମ ଅନୁଯାୟୀ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Related Posts