ମୋଟା ଲୋକଙ୍କର କୋଭିଡ଼ ସ୍ଥିତି ଗୁରୁତର ହେବା ସମ୍ଭାବନା ଅଧିକ: ରିପୋର୍ଟ୍

fatman

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏକ ନୂତନ ଅଧ୍ୟୟନ ଅନୁଯାୟୀ ମୋଟା ଲୋକ ମାନେ କରୋନା ଭାଇରସରେ ଗୁରୁତର ହେବା ସମ୍ଭାବନା ଅଧିକ ଦେଖା ଦେଇଛି । ଏକ ରିପୋର୍ଟ ଅନୁଯାଇ ଅଧିକ ମୋଟା, ନିର୍ଦ୍ଦିଷ୍ଟ ବୟସ ଉପରେ ଭାଇରସ ର ପ୍ରଭାବ କିପରି ରହିଛି ଏହି ଅଧୟନ ରେ କୁହାଯାଇଛି । ବାରମ୍ବାର ଲକଡାଉନ୍ ଏବଂ ପାଣ୍ଡେମିକ୍ ଚାପ ଲୋକ ମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଅନେକ ବିକଶିତ ଦେଶରେ ମଧ୍ୟ ଯୁବକ ମାନଙ୍କ ଉପରେ ଚାପ ଦେଖିବାକୁ ମିଳିଛି । ଆମେରିକାର ରସର୍ଚ୍ଚର ମାନଙ୍କ ଅନୁଯାଇ ୨୩ ରୁ ଉର୍ଦ୍ଧ ବ୍ୟକ୍ତି ମାନଙ୍କ ଉପରେ ବେଶୀ ଖରପ ପ୍ରଭାବ ପକାଉଛି । ସେମାନେ ଜାଣିବାକୁ ପାଇଲେ BMI ପ୍ରତ୍ୟକ ପଏଣ୍ଟ ଅନୁସାରେ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନାକୁ 5% ଇଣ୍ଟେନ୍ସିଭ୍ କେୟାର ଆଡମିଶନର 10% ବୃଦ୍ଧି ପାଉଛି । ୪୦ ବର୍ଷରୁ କମ୍ ବୟସର ଲୋକଙ୍କ ମଧ୍ୟରେ ଏହାର ପ୍ରଭାବ ସର୍ବାଧିକ ଥିଲା ଏବଂ ଅନ୍ୟ ଲୋକ ମାନଙ୍କ ତୁଳନାରେ କୃଷ୍ଣଙ୍କ ପାଇଁ ଅଧିକ ବିପଦ ଜଣା ଯାଇଛି । ରସର୍ଚ୍ଚର ମାନେ ଇଂଲଣ୍ଡର ପ୍ରାୟ ୭ ମିଲିୟନ ଲୋକଙ୍କ ସ୍ୱାସ୍ଥ୍ୟ ରେକର୍ଡ ଅଧ୍ୟୟନ କରିବା ପରେ ଏହା ପାଇଥିଲେ। ଅଧ୍ୟୟନ ରୁ ଏହା ମଧ୍ୟ ଜଣା ଯାଇଛି ଅଧିକ ଓଜନ ଥିବ ୮୦ ବର୍ଷର ବୟସ୍କଙ୍କ ଉପରେ କୌଣସି ବିଶେଷ ପ୍ରଭାବ ପଡ଼ିନଥିଲା । ଏହି ଗବେଷଣା ଦି ଲାନସେଟ୍ ଡାଇବେଟିସ୍ ଆଣ୍ଡ ଏଣ୍ଡୋକ୍ରିନୋଲୋଜି ପତ୍ରିକାରେ ପ୍ରକାଶିତ ହୋଇଛି ।

Related Posts