କୋଭୋଭାକ୍ସକୁ ବୁଷ୍ଟର ଡୋଜ୍ ଭାବେ ମିଳିଲା ଡିସିଜିଆଇର ମଞ୍ଜୁରୀ

ଭୁବନେଶ୍ୱର,୧୭/୧(ସତ୍ୟପାଠ ବ୍ୟୁରୋ): କୋଭୋଭାକ୍ସକୁ ବୁଷ୍ଟର ଡୋଜ୍ ଭାବେ ମିଳିଲା ମଞ୍ଜୁରୀ । ବଜାରରେ ଉପଲବ୍ଧ କରିବା ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ମଞ୍ଜୁରୀ ପ୍ରଦାନ କରିଛି । ସିରମ୍ ଇଷ୍ଟିଚ୍ୟୁଟର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେଉଁମାନେ କରୋନାର କୋଭିସିଲ୍ଡ ଓ କୋଭାକ୍ସିନ୍ ଭ୍ୟାକ୍ସିନ ନେଇଥିବେ, ସୋମାନେ କୋଭୋଭାକ୍ସକୁ ବୁଷ୍ଟର ଡୋଜ୍ ଭାବେ ନେଇ ପାରବେ ।ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନର ବିଶେଷଜ୍ଞ ଦଳ ସୁପାରିସ୍ କରିବା ପରେ ଏହି ଭ୍ୟାକ୍ସିନକୁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଛି ।

ବିଦେଶରେ କରୋନା ନୂଆ ଭାରିଆଣ୍ଟର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସିରମ୍ ଇଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଅବସ୍ଥାପିତ ନିୟମ ନିର୍ଦ୍ଦେଶକ ଭାରତରେ ୧୮ ଏବଂ ଏହା ଠାରୁ ଆଧିକ ବୟସ୍କଙ୍କୁ କୋଭୋଭାକ୍ସ ବୁଷ୍ଟର ଡୋଜ୍ ଦେବା ପାଇଁ ଡିସିଜିଆଇକୁ ଚିଠି ଲେଖିଥିଲେ । ଗତ ବୁଧବାର ସିଡିଏସସିଓର ବିଶେଷଜ୍ଞ କମିଟି ଏହା ଉପରେ ବିଚାରବିମର୍ଶ କରିଥିଲେ । କୋଭିସିଲ୍ଡ ଓ କୋଭାକ୍ସିନ ଭ୍ୟାକ୍ସିନର ୨ଟି ଡୋଜ୍ ନେଇଥିବା ବ୍ୟକ୍ତି କୋଭୋବାକ୍ସର ବୁଷ୍ଟର ଡୋଜ୍ ନେଇପାରିବେ ବୋଲି କହିଥିଲେ । ଏହା ସହିତ ଟିକାରୁ ବଜାରରେ ଉପଲବ୍ଧ କରାଇବା ପାଇଁ ସୁପାରିସ୍ କରିଥିଲେ ।

ଡିସିଜିଆଇ ୨୦୨୧ ଡିସେମ୍ବର ୨୮ ତାରିଖରେ କୋଭୋଭାକ୍ସକୁ ବୟସ୍କଙ୍କୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହା ପରେ ମାର୍ଚ୍ଚ ୨୦୨୨ରେ ୧୨-୧୭ ବର୍ଷ ମଧ୍ୟରେ ଏହି ଟକାକୁ ବ୍ୟବହାର ପାଇଁ କିଛି ସର୍ତ୍ତରେ ମଞ୍ଜୁରୀ ଦେଇଥିଲେ । ୨୦୨୧ ଡିସେମ୍ବର ୨୧ତାରିଖରେ WHO ଦ୍ବାରା ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ତାଲିକାରେ ସାମିଲ କରିଥିଲା ।

Related Posts