କ୍ରିକେଟକୁ ବାଏ ବାଏ କଲେ ଅମ୍ବାତି

ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ବାଏ ବାଏ କଲେ ଭାରତୀୟ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ । ସୂଚନା ମୁତାବକ ଚଳିତ ବିଶ୍ୱକପରେ ଭାରତୀୟ ଟିମରେ ସ୍ଥାନ ନମିଳିବାରୁ ଅମ୍ବାତି କ୍ରିକେଟ୍ ଜଗତରୁ ଅବସର ନେବାକୁ ଘୋଷଣା କରିଛନ୍ତି । ୩୩ ବର୍ଷୀୟ ଅମ୍ବାତି ରାୟଡୁ ୨୦୧୩ରେ ଦିନିକିଆରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ଏବଂ ୫୫ଟି ଅନ୍ତର୍ଜାତୀୟ ଦିନିକିଆ ଖେଳି ୪୭.୦୫ ଆଭରେଜରେ ୧୬୯୪ ରନ୍ ହାସଲ କରିଛନ୍ତି । ଯେଉଁଥିରେ ୩ଟି ଶତକ ସହ ୧୦ଟି ଅର୍ଦ୍ଦଶତକ ମଧ୍ୟ ସାମିଲ ରହିଛି ।

ଏହାସହ ୬ଟି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି । ଅମ୍ବାତି ରାୟଡୁ ୨୦୧୯ ମାର୍ଚ ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ । ଚଳିତ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ନେଇ ପୂର୍ବରୁ ପ୍ରଥମଶ୍ରେଣୀ କ୍ରିିକେଟରୁ ଅବସର ନେଇଥିଲେ ଅମ୍ବାତି ।

Related Posts