ପିପିଲି ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ଼, ହାଇକୋର୍ଟ ଯିବ କ୍ରାଇମ୍‌ବ୍ରାଞ୍ଚ

ନୂଆ ମୋଡ଼ ନେଲା ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା । ତଳକୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯିବ କ୍ରାଇମବ୍ରାଞ୍ଚ । କଟକ ଅଫିସ୍‌ରେ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ADG ସନ୍ତୋଷ ଉପାଧ୍ୟାୟ । ସେ କହିଛନ୍ତି, ଏହି ମାମଲାରେ ତଦନ୍ତ ଠିକ୍‌ ଥିଲା । ଠିକ୍‌ ଭାବେ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା ।

ପୀଡ଼ିତାଙ୍କୁ ହତ୍ୟା କରାଯାଇଥିବା ପ୍ରମାଣିତ ହୋଇଛି ବୋଲି ସ୍ପଷ୍ଟ କରିଛନ୍ତି ଏଡିଜି । ଭୁବନେଶ୍ବର ଏଡିଜେ କୋର୍ଟ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ଭୁବନେଶ୍ବର ଏଡିଜେ କୋର୍ଟଙ୍କ ରାୟକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରାଯାଉଛି। କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟରେ ଅପିଲ୍ କରାଯିବ ।

Related Posts