ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ଓ ପ୍ରସାଦ ନିୟମ

ନୂଆବର୍ଷରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନିୟମ । ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା ସହ ଲାଗିବ ଅବଢ଼ା ଦର । ଜାନୁଆରୀରୁ ଶ୍ରୀମନ୍ଦିରରେ ଲାଗିବ ମହାପ୍ରସାଦ ଦର ତାଲିକା । ଓଳିର ଫଟୋ ସହ ସାଇଜ୍‌ ଚିହ୍ନଟ ପରେ ଦର ନିର୍ଦ୍ଧାରଣ ହେବ । ପରିଚାଳନା କମିଟିର ମୋହର ପରେ ନୂଆ ବ୍ୟବସ୍ଥା ଲାଗୁ ହେବ ।

ଏଥିସହ ନୂଆବର୍ଷରେ ହିଁ ଆରମ୍ଭ ହେବ ଅନଲାଇନ ଟିକେଟ ଦର୍ଶନ । ସେପଟେ ଲାଭାଂଶରୁ ଦିଆଯିବ ସେବାୟତଙ୍କୁ ପାଉଣା ଏହାକୁ ଅନୁଧ୍ୟାନ କରିବା ପାଇଁ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି । ତେବେ ଭକ୍ତମାନେ କେବଳ ଭିତର କାଠ ପାଖରେ ଦର୍ଶନ କରିବା ପାଇଁ ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଖୁବ ଶୀଘ୍ର ନାଟମଣ୍ଡପର ମରାମତି ଆରମ୍ଭ ହେବାକୁ ଥିବାବେଳେ ତାହା ଜାନୁଆରୀରେ ଶେଷ ହେବ । ଏ ନେଇ ଫେବୃୟାରୀ ପ୍ରଥମ ସପ୍ତାହରେ ଏଏସଆଇ ସହ ମରାମତି ସମ୍ପର୍କରେ ହେବ ସମୀକ୍ଷା ବୈଠକ ।

ସେପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ ପାଇଁ ଜିନ୍ଦଲ ପକ୍ଷରୁ ପ୍ରତିଶ୍ରୁତି ମିଳିଥିବା ବେଳେ ତାହା ବି ଜାନୁଆରୀରୁ ଆରମ୍ଭ ହେବ ବୋଲି ସୁଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗ ମଧ୍ୟରେ ହୋଇଥିବା ବୈଠକ ଉପରେ ଆଲୋଚନା ହୋଇଥିଲା । ଏହାସହ ଇଂରାଜୀ ନବବର୍ଷ ପାଇଁ ଡିସେମ୍ବର ୩୧ ତାରିଖ ରାତିରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ନୀତି ଶୃଙ୍ଖଳିତ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପିର ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଆଖି ଆଗର ରଖି ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏସପିଙ୍କ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ ।

Related Posts