
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଦିନକୁ ଦିନ ଦ୍ବୈତ ନଗରୀରେ ବଢୁଛି ଅପରାଧ । ବିଭିନ୍ନ ସ୍ଥାନରୁ ଅନେକ ଅପରାଧିକ ମାମଲା ରେକର୍ଡ କରାଯାଉଥିବା ବେଳେ ଏବେ କଟକରେ ଏକ ସନ୍ଦେହ ଜନକ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ଜଣେ ସ୍ୱିଗି ଡେଲିଭରୀ ବୟଙ୍କର ହୋଇଥିବା ଜଣାପଡିଛି। ଲ’ ୟୁନିଭର୍ସିଟି କଲେଜ ସମ୍ମୁଖରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି ପୁଲିସ। ତେବେ ପୁଲିସକୁ ମୃତ ଯୁବକଙ୍କ ପରିଚୟ ମଧ୍ୟ ମିଳିଛି।
ସୂଚନା ଅନୁସାରେ, କଟକର ଲ’ ୟୁନିଭର୍ସିଟି କଲେଜ ସମ୍ମୁଖରୁ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ଜଣେ ସ୍ୱିଗି ଡେଲିଭରୀ ବୟ ବୋଲି ଜଣାପଡିଛି। ତେବେ ଯୁବକ ଜଣଙ୍କ ଘର ସ୍ଥାନୀୟ ସିଡିଏ ଅଞ୍ଚଳର ବୋଲି ସୂଚନା ରହିଛି । ଏବେ ମଧ୍ୟ ଯୁବକଙ୍କ ମୃତ୍ୟୁ ସନ୍ଦେହଘେରରେ ରହିଛି । ଖବର ପାଇ ଘଟଣାସ୍ଥଳରେ ଫେଜ-୨ ଥାନା ପୁଲିସ ପହଞ୍ଚିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି । ଏହା ସହିତ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ । ତେବେ ଏହା ଦୁର୍ଘଟଣା ନା ହତ୍ୟା ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।