ନିର୍ବାଚନୀ ରାଲି ଓ ରୋଡ ଶୋ’ ଉପରେ ଲାଗିଥିବା କଟକଣା ୩୧ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କରୋନା ସାରା ଦେଶରେ ନିଜର କାୟା ବିସ୍ତାର କରିଚାଲିଛି । ପ୍ରତ୍ୟେକ ଦିନ ହଜାର ହାଜର ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନୀ ରାଲି ଓ ରୋଡ ଶୋ’ ଉପରେ ଲାଗିଥିବା କଟକଣା ୩୧ ପର୍ଯ୍ୟନ୍ତ ବଢ଼ାଯାଇଛି । ଏନେଇ ନିର୍ବାଚନୀ କମିଶନ ସୂଚନା ଦେଇଛି । ସେପଟେ ନିର୍ବାଚନ ହେବାକୁ ଥିବା ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ, ପଞ୍ଜାବ ଓ ମଣିପୁରରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୌଣସି ପ୍ରକାରର ରୋଡ ଶୋ’, ରାଲି କିମ୍ବା ପଦଯାତ୍ରା ଅନୁଷ୍ଠିତ ହୋଇପାରିବ ନାହିଁ। ପୂର୍ବଭଳି ପ୍ରାର୍ଥୀମାନେ ସର୍ବାଧିକ ୫ ଜଣଙ୍କୁ ନେଇ ଡୋର ଟୁ ଡୋର ପ୍ରଚାର କରିବେ।

ସେହିପରି ଭୁର୍ଚୁଆଲ ରାଲି ଓ ସଭା ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚିବେ।ରାଲି ଓ ରୋଡ ଶୋ’ ଉପରେ ରୋକ ଲାଗିଥିଲେ ମଧ୍ୟ ନିର୍ବାଚନ କମିଶନ ଫେବୃଆରୀ ୧୦ ଓ ୧୪ ତାରିଖରେ ହେବାକୁ ଥିବା ନିର୍ବାଚନୀ ପ୍ରଚାର ପାଇଁ କୋହଳ ନୀତି ପୋଷଣ କରିଛନ୍ତି। ପ୍ରଥମ ପର୍ୟ୍ୟାୟ ପାଇଁ ରାଜନୀତିକ ଦଳ ଓ ପ୍ରାର୍ଥୀମାନେ ଜାନୁଆରୀ ୨୮ରେ ସର୍ବସାଧାରଣରେ ମିଟିଂ କରିପାରିବେ। ସେହିପରି ଦ୍ୱିତୀୟ ପର୍ୟ୍ୟାୟ ପାଇଁ ରାଜନୀତିକ ଦଳ ଓ ପ୍ରାର୍ଥୀମାନେ ଫେବୃଆରୀ ୧ରେ ଏହି କୋହଳ ନିୟମର ବ୍ୟବହାର କରିପାରିବେ। ପୂର୍ବରୁ ଡୋର ଟୁ ଡୋର ପ୍ରଚାର ପାଇଁ ସର୍ବାଧିକ ୫ ଜଣ ଲୋକଙ୍କୁ ଅନୁମତି ମିଳୁଥିଲା। ହେଲେ ଏବେ ଏହି ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।

Related Posts