କୁନ୍ଦୁଲି ରିପୋର୍ଟକୁ ନେଇ ବର୍ଷିଲା କଂଗ୍ରେସ

ସତ୍ୟପାଠ ମେଟ୍ରୋ ବ୍ୟୁରୋ : ବିଧାନସଭାରେ ଉପସ୍ଥାପିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମାମଲାର କମିଶନ ରିପୋର୍ଟକୁ ନେଇ ଉଠିଲା ପ୍ରଶ୍ନ । କମିଶନଙ୍କ ରିପୋର୍ଟକୁ ମେନୁପୁଲେଟ କରାଯାଇଥିବା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ରିପୋର୍ଟରେ ମୃତ ପିଡୀତାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ କମିଶନ ସନ୍ଦେହ ପ୍ରକାଶ କରିଥିଲେ ।

ସରକାରୀ ତଦନ୍ତରେ ଘଟଣାକୁ ଚପାଇବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ନିରଂଜନ । ମୃତ ପିଡୀତାଙ୍କ ବସ୍ତ୍ରରୁ ସିମେନ ଟେଷ୍ଟ ହୋଇଥିଲା । ଗୋଟିଏ ରିପୋର୍ଟରେ ଦୁଷ୍କର୍ମ ହେଉଛି ବୋଲି ଦର୍ଶାଯାଇଥିବା ବେଳେ ଅନ୍ୟଟିରେ ହୋଇନଥିବା ଦର୍ଶାଯାଇଥିଲା । ନିରଂଜନଙ୍କ କହିବା କଥା ନିଜ ଦୋଷ ନିଜେ ଲୁଚାଉଛନ୍ତି ରାଜ୍ୟ ସରକାର । କମିଶନଙ୍କୁ ସମସ୍ତ ତଥ୍ୟ ଠିକ ଭାବେ ପ୍ରଦାନ କରାଯାଇନି ବୋଲି ସେ କହିଛନ୍ତି ।

ଗତକାଲି କୁନ୍ଦୁଲି ଘଟଣାର କମିଶନ ରିପୋର୍ଟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଉପସ୍ଥାପନ କରିଥିଲେ । ୨୦୧୭ ଅକ୍ଟୋବରରେ କୁନ୍ଦୁଲି ଗଣବଳାତ୍କାର ମାମଲା ପଦାକୁ ଆସିଥିଲା। ଜଙ୍ଗଲ ବାଟ ଦେଇ ଫେରିବା ବେଳେ ୪ ଜଣ ସୁରକ୍ଷା କର୍ମୀ ତାଙ୍କୁ ଗଣବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ରାଜ୍ୟ ସରକାର ୨୦୧୭ ଡିସେମ୍ବର ୨୬ ତାରିଖରେ ଏହି ଘଟଣାର ତଦନ୍ତ କରିବାକୁ କୋରାପୁଟ ଜିଲା ଜଜ୍ଙ୍କୁ ନିଯୁକ୍ତ କରିଥିଲେ। ୧୦ ମାସ ମଧ୍ୟରେ କମିଶନ ତାଙ୍କର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଶେଷରେ ପୀଡିତା ୨୦୧୮ ଜାନୁୟାରୀ ୨୨ ତାରିଖରେ ଆତ୍ମହତ୍ୟା କରିଥିଲେ।

Related Posts