ବଙ୍ଗୋପସାଗରରେ ସକ୍ରିୟ ରହିଛି ସୃଷ୍ଟ ଘୂର୍ଣ୍ଣି ବଳୟ: ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ହୋଇଛି ଘୂର୍ଣ୍ଣି ବଳୟ । ଯାହା ଏବେ ରାଜ୍ୟରେ ସକ୍ରିୟ ରହିଛି । ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହି ୧୫ଟି ଜିଲ୍ଲା ଭିତରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡ଼ିକ ରହିଛି । ଘୁର୍ଣ୍ଣିଂ ବଳୟ ପ୍ରଭାବରେ ରାଜ୍ୟରେ ୧୨ ତାରିଖ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ଗତ ୨୪ ଘଣ୍ଟାରେ ସର୍ବାଧିକ ପଦ୍ମପୁରରେ ୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

Related Posts