କେନ୍ଦୁଝର: ୩ବର୍ଷର ଶିଶୁକନ୍ୟା ଦୁଷ୍କର୍ମୀକୁ ଫାଶୀ ଦଣ୍ଡ

କେନ୍ଦୁଝର: କେନ୍ଦୁଝରର ୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଦୋଷୀକୁୁ ଫାଶୀ ଦଣ୍ଡାଦେଶ । ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦୁଝର ଏଡିଜେ କୋର୍ଟ ।

ପୋକ୍ସୋ ଆଇନ ଆଧାରରେ ଆଜି କେନ୍ଦୁଝର ଏଡିଜେ କୋର୍ଟ ୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଦୋଷୀକୁୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ୨୮ଜଣ ସାକ୍ଷୀଙ୍କ ବୟାନକୁ ବିଚାର କରି ଦୋଷୀ ସୁନିୟ ନାଏକକୁ ଫାଶୀଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅଭିଯୁକ୍ତ ସୁନୀଲ ନାଏକ ନାଁରେ ୩୦୨, ୩୬୩, ୩୭୬ ଭଳି ଅନେକ ଦଫା ଲାଗିଥିଲା । ତେବେ ଅଭିଯୁକ୍ତ ସୁନୀଲ ନାଏକ ଏହି ମାମଲାରେ ଉପର କୋର୍ଟକୁ ଯିବ ବୋଲି ପ୍ରତିକ୍ରିୟା ଦେଇଛି ।

୨୦୧୭ ଜାନୁଆରୀ ୧୩ରେ କେନ୍ଦୁଝର ଚମ୍ପୁଆ ଥାନା ଅଂଚଳରେ ଏକ ୩ବର୍ଷର ଶିଶୁକନ୍ୟା ସର୍ମ୍ପକୀୟ ଭଉଣୀକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ପରେ ତାଙ୍କୁ ହତ୍ୟା କରିବା ଅଭିଯୋଗ ହୋଇଥିଲା । ପରେ ଅଭିଯୁକ୍ତ ସୁନୀୟ ନାଏକଙ୍କୁ ପୋଲିସ ଗିରଫ କରିଥିଲା ।

Related Posts