ଯୋଗୀରାଜରେ ମଦମୃତ୍ୟୁର ବିଭିଷିକା, ଗଲାଣି ୧୦୦ରୁ ଅଧିକ ଜୀବନ, ଶତାଧିକ ହସ୍ପିଟାଲରେ ଭର୍ତ୍ତି

ଉତ୍ତରପ୍ରଦେଶରେ ବିଶାକ୍ତ ମଦ ପିଇ ୧୧୬ ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ୧୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଫଳରେ ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ ବୋଲି ଅନୁମାନ କରାଯାଉଛି। ଉତ୍ତରପ୍ରଦେଶର ଶାହାରାନପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ବର୍ତମାନ ସୁଦ୍ଧା ଦୋଷୀଙ୍କ ବିରୋଧରେ କୌଣସି ଆଖିଦୃଷିଆ ପଦକ୍ଷେପ ନିଆଯାଇ ନାହିଁ,କେବଳ ତଳିଆ କର୍ମଚାରୀଙ୍କୁ ନିଳମ୍ବିତ କରାଯାଇଛିଓ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା କ୍ଷତିପୁରଣ ଘୋଷଣା କରିଛନ୍ତି।

ମଦ ମୃତ୍ୟୁକୁ ନେଇ ବିରୋଧୀ ସମାଜବାଦୀ ପାର୍ଟୀ ଓ ବହୁଜନ ସମାଜ ବାଦୀ ଦଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବୀ କରିଛି। ୟୁପି କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି। ଯୋଗୀ ରାଜ୍ୟରେ ମଦ ପିଇ ଶହ ଶହ ଲୋକ ମୃତ୍ୟୁ କରୁଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ପଡୋଶୀ ପଶ୍ଚିମବଙ୍ଗକୁ ରାଲି କରିବାକୁ ଯାଉଛନ୍ତି। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଦରକାର । ରାଜନୈତିକ କାରଣରୁ ଦେଖିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଲୋକପ୍ରିୟତା ଓ,ସିବିଆଇ ବିବାଦ ମିଡିଆରୁ ହଟାଇବା ପାଇଁ ୟୁପିରେ ଏଭଳି କରାଯାଇଥାଇପାରେ।

ପୂର୍ବରୁ ଓଡିଶାରେ ମଦ ମୃତ୍ୟୁ ଯୋଗୁଁ ବିଭାଗୀୟ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ହେଲେ ୟୁପିରେ ରାଜ୍ୟସରକାର ଚୁପ୍ କାହିଁକି। ଲୋକଙ୍କ ଜୀବନର ମୁଲ୍ୟ କଣ କେବଳ ଦୁଇଲକ୍ଷ। ବିଜେପି ସରକାର ଦେଶରେ ବିକାଶର ବଡ ବଡ କଥା କହୁଥିବା ବେଳେ ବିଶାକ୍ତ ମଦ ମୃତ୍ୟୁ ଘଟିଲା କାହିଁକି। ପ୍ରଦେଶରେ ମଦମୃତ୍ୟୁ ଦେଶର ବିକାଶ କି?। ବିଶାକ୍ତ ମଦ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ଚୁପ୍ କାହିଁକି। ପ୍ରଧାନମନ୍ତ୍ରୀ ଗୋଟିଏ ଟ୍ବିଟ୍ କରିବା ପାଇଁ ସମୟ ମିଲିଲା ନାହିଁ କି। ଛୋଟ ଛୋଟ କଥାରେ ଟ୍ବିଟ କରୁଥିବା ପ୍ରଧାନମନ୍ତ୍ରୀ ଏହାର ଜବାବ୍ ଦେବାର ଆବଶ୍ୟକତା ରହିଛି। ମହାଗଠବନ୍ଧନ ରାଜନୀତି ଲୋକଲୋଚନରୁ ହଟାଇବା ପାଇଁ ଯୋଗୀର ଚାଲ ବୋଲି କୁହାଯାଉଛି। ଆଗକୁ ମଦମୃତ୍ୟୁ ବିଜେପି ପାଇଁ ଘାତକ ହୋଇପାରେ। ଓଡିଶାରେ ବି ସମାନ ପରିସ୍ଥିତି। ସରକାର ଗାଁ ଗାଁରେ ମଦ ଦୋକାନ ଖୋଲିଛନ୍ତି। ମଦରୁ ସର୍ବାଧିକ ଟିକସ ପାଉଛନ୍ତି। ମଦପିଇ ଲୋକ ପ୍ରତିଦିନ ଦୂଷ୍କର୍ମ କରୁଛନ୍ତି। ଓଡିଶାରେ ମଦ ଯୋଗୁଁ ପ୍ରତିଦିନ ଆଇନ ଶୃଙ୍ଖଳା ବିପର‌୍ୟ୍ୟସ୍ତ ହୋଇପଡିଛି। ଏହାକୁ ନେଇ ରାଜ୍ୟ କଂଗ୍ରେସ ଆନ୍ଦୋଳନ କରିଆସୁଛି ହେଲେ ରାଜ୍ୟ ସରକାର ନିଦାବିଷ୍ଣୁ।

Related Posts