ସତ୍ୟପାଠ ଇତିହାସ “ଖଡିଆଳ ପ୍ୟାଲେସ”

ଗୋଟିଏ ରାଜ୍ୟ ବା ରାଷ୍ଟ୍ରର ପରିଚୟ ହେଲା ସେ ଭୂଖଣ୍ଡର ଇତିହାସ। ଓଡ଼ିଶାର କଳା, ସଂସ୍କୃତି ଓ ଇତିହାସର ପ୍ରସାର ତଥା ପୁନର୍ଜୀବିତ କରିବା ପାଇଁ ସତ୍ୟପାଠ ର ଏକ ଛୋଟ ପ୍ରୟାସ। । ଖଡିଆଳ ରାଜବଂଶର ମୂକସାକ୍ଷୀ, ଖଡିଆଳ ରାଜପ୍ରାସାଦ ବା ଖଡିଆଳ ପ୍ୟାଲେସ୍ । ନୂଆପଡା ଜିଲ୍ଲା ଖଡିଆଳ ଠାରେ ଅବସ୍ଥିତ ଏହି ରାଜପ୍ୟାଲେସର ନିର୍ମାଣ ଆରମ୍ଭ ହୋଇଥିଲା ୧୮୨୦ ମସିହାରେ ରାଜାସାହେବ ରତନ ସିଂଦେଓଙ୍କ ସମୟରେ । ରାଜା ରତନ ସିଂଦେଓ ଖଡିଆଳ ରାଜବଂଶର ଦଶମ ରାଜା (୧୮୨୮-୧୮୩୫) । ପାଟନା ଇଷ୍ଟେଟରୁ ଆସି ୧୬୦୦ ମସିହାରେ ରାଜା ଗୋପାଲ ରାଏ ଖଡିଆଳ ରାଜବଂଶ ପ୍ରତିଷ୍ଠା କରିଥିଲେ । ଖଡିଆଳ ପ୍ୟାଲେସ ୧୮୨୦ ଆରମ୍ଭ ହୋଇ ବିଭିନ୍ନ ରାଜାଙ୍କ ସମୟରେ ସଂପ୍ରସାରଣ ହୋଇଥିଲା । ଏହାର ପ୍ରବେଶ ଦ୍ୱାର ଓ ଦରବାର ହଲ ୧୯୩୧ରେ ସମ୍ପୂର୍ଣ୍ଣ ହୋଇଥିଲା । ୧୬ତମ ରାଜା ଆତ୍ରତ୍ରାଣ ସିଂଦେଓଙ୍କ କାଳା, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ବହୁତ ଅବଦାନ ରହିଛି । ଏବେର ରାଜା ଜିତମିତ୍ର ସିଂଦେଓ ହେଉଛନ୍ତି ଖଡିଆଳ ରାଜବଂଶର ୧୮ତମ ରାଜାଓ ସେ ଜଣେ ସୁନାମଧନ୍ୟ ଏତିହାସିକ ମଧ୍ୟ ।

Related Posts